କୁଖ୍ୟାତ ଆତଙ୍କୀ ମାସୁଦ ଅଜହରକୁ ଜେଲରୁ ମୁକ୍ତ କଲା ପାକିସ୍ତାନ : ଭାରତ ଉପରେ ବଡ଼ ଧରଣର ଆକ୍ରମଣ ଯୋଜନା କରୁଛି ଜୈଶ୍

1,019

କନକ ବ୍ୟୁରୋ : ଭାରତରେ ପୁଣି ହୋଇପାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ । ବାରମ୍ବାର ଷଡ଼ଯନ୍ତ୍ର ଚଳାଇଥିବା ପାକିସ୍ତାନ ପୁଣି ଭାରତକୁ ଚିନ୍ତାରେ ପକାଇଛନ୍ତି । କୁଖ୍ୟାତ ଆତଙ୍କୀ ମାସୁଦ ଅଜହରକୁ ଜେଲରୁ ମୁକ୍ତ କଲା ପାକିସ୍ତାନ । ପାକିସ୍ତାନ ଲୁଚାଛପାରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ ମାସୁଦକୁ ଜେଲରୁ ମୁକ୍ତ କରିଥିବାର ସୂଚନା ମିଳିଛି । କେବଳ ଏତିକି ନୁହେଁ, ମାସୁଦ ମାସୁଦ ଭାରତରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ସେ ଷଡଯନ୍ତ୍ରର ଯୋଜନା କରୁଥିବାର ସୂଚନା ମିଳିଛି । ଇଣ୍ଟେଲିଜେନ୍ସ୍ ବ୍ୟୁରୋ ବା ଆଇବି କେନ୍ଦ୍ର ସରକାରଙ୍କୁ ଏ ବିଷୟରେ ସୂଚନା ଦେଇଛି ।

ରାଜସ୍ଥାନର ଭାରତ-ପାକିସ୍ତାନ ସୀମାରେ ଏକତ୍ର ହୋଇଥିବା ପାକ୍ ସୈନିକଙ୍କୁ ନେଇ ଆଲର୍ଟ କରିଛି ଇଣ୍ଟେଲିଜେନ୍ସ୍ ବ୍ୟୁରୋ । ପାକିସ୍ତାନ, ଭାରତ ବିରୋଧରେ ଏକ ବଡ ଷଡଯନ୍ତ୍ର ରଚୁଛି । ସୂଚନା ଅନୁସାରେ,ପାକିସ୍ତାନ ସିୟାଲକୋଟ-ଜମ୍ମୁ ଓ ରାଜସ୍ଥାନ ସେକ୍ଟରରେ ଗତ କିଛିଦିନ ଧରି ଏକ ବଡ ଧରଣର ଯୋଜନା ପ୍ରସ୍ତୁତ କରୁଛି । ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକ୍ ଏପରି କରୁଥିବା ଜଣାପଡିଛି । ଏହାସହ ଚୁଡାନ୍ତ ରୂପ ଦେବା ପାଇଁ ରାଜସ୍ଥାନ ସୀମାରେ ପାକିସ୍ତାନ ଅତିରିକ୍ତ ସୈନିକଙ୍କୁ ମୁତୟନ କରିଛି । ଏହି ଖବର ମିଳିବା ପରେ ବିଏସଏଫ ଓ ରାଜସ୍ଥାନ ସରକାରଙ୍କୁ ସତର୍କ ରହିବାକୁ କୁହାଯାଇଛି ।