ଆଗାମୀ ସିନେମା ‘ଜବ ହେରୀ ମେଟ ସେଜଲ’ ପ୍ରମୋସନ ପାଇଁ ଜୟପୁରରେ ପହଞ୍ଚିଛନ୍ତି ଶାହାରୁଖ । ସେଠାରେ ଏକ ରାଜସ୍ଥାନୀ ରେଷ୍ଟୁରାଣ୍ଟରେ ଶାହାରୁଖ୍ ସୁନା ଥାଳିରେ ଡାଲବାଟି ଚୁରମାର ମଜା ନେଇଛନ୍ତି ଶାହାରୁଖ୍ । ଶାହାରୁଖ ଖାନଙ୍କୁ ୧୪ଟି ସୁନା ଗିନାରେ ଜୋଧପୁରୀ ଗଟ୍ଟେ ସବଜି, କେର ସାଗରୀ, ବେସନ ଚୁରମା, ଚୁରମା କଡି, ଘେବର, ମାଲପୁବା, କେସର ଖୀରି ଆଦି ଖାଦ୍ୟ ପରସା ଯାଇଥିଲା ।
ତେବେ ଖାଦ୍ୟପେୟକୁ ନେଇ ବାଛବିଚାର କରୁନଥିବା ଶାହରୁଖ ସେଥିରୁ ମାତ୍ର ଦୁଇ ପ୍ରକାର ଖାଦ୍ୟର ସ୍ୱାଦ ଚାଖିଥିଲେ । ପ୍ରକାଶ ଯେ, ଶାହାରୁଖ ଯେଉଁ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇଥିଲେ ସେହି ଥାଳିକୁ ମହାରାଜା ଥାଳି କୁହାଯାଉଥିବା ବେଳେ ଏହାର ମୂଲ୍ୟ ଥିଲା ୧୦ ହଜାର ଟଙ୍କା । ରାଜସ୍ଥାନୀ ରେଷ୍ଟୁରାଣ୍ଟରେ ଭୋଜନ କରିବା ବେଳେ ଶାହାରୁଖ ପାରମ୍ପରିକ ରାଜସ୍ଥାନୀ ବେଶ ପୋଷାକରେ ନଜର ଆସିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/5-7.jpg)