ବାଲିକୁଦାର ସଦେଇପୁର ଗାଁରେ ଅଭାବନୀୟ ଘଟଣା । ଶୋଇଥିବାବେଳେ ସ୍ୱାମୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ତ୍ରୀ । ପାରିବାରିକ କଳହ କାରଣ

Advertisment
ବାଲିକୁଦାର ସଦେଇପୁର ଗାଁରେ ଅଭାବନୀୟ ଘଟଣା । ଶୋଇଥିବାବେଳେ ସ୍ୱାମୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ତ୍ରୀ । ପାରିବାରିକ କଳହ କାରଣ

କନକ ବ୍ୟୁରୋ : ବାଲିକୁଦା ଥାନା ଅଧୀନ ସଦେଇପୁର ଗାଁରେ ଅଭାବନୀୟ ଘଟଣା । ଶୋଇଥିବାବେଳେ ସ୍ୱାମୀକୁ କୁରାଢିରେ ହାଣିଲା ସ୍ତ୍ରୀ । ଘଟଣାସ୍ଥଳରେ ସ୍ୱାମୀ ସୁଶାନ୍ତ ସାମଲ ପ୍ରାଣ ହରାଇଛି । ଘଟଣା ପରେ କବିତା ସାମିଲ ଥାନାରେ ଅଟକ ରଖିଛି । ମୃତକଙ୍କ ଭାଇ ଏ ନେଇ ଥାନାରେ ଏତଲା ଦେବା ପରେ ପୁଲିସ ଛାନଭିନ ଆରମ୍ଭ କରିଛି ।

ବାଲିକୁଦା ଥାନା ଅନ୍ତର୍ଗତ ସଦେଇପୁର ଗାଁରେ ଗତକାଲି ରାତି ପ୍ରାୟ ଦୁଇଟା ସମୟରେ ସ୍ୱାମୀ ସୁଶାନ୍ତ ସାମଲଙ୍କୁ ଟାଙ୍ଗିଆରେ ହାଣି ସ୍ତ୍ରୀ  କବିତା ସାମଲ ହତ୍ୟା କରିଥିଲେ। ଏହା ଫଳରେ ଘଟଣା ସ୍ଥଳରେ ସ୍ବାମୀ ସୁଶାନ୍ତ ସାମଲଙ୍କର ମୃତ୍ୟୁ ହୋଇଥିଲା। ଆଜି ସକାଳେ ମୃତକଙ୍କ ଭାଇ ରବୀନ୍ଦ୍ର ସାମଲ ଥାନାରେ ଅଭିଯୋଗ ପରେ କବିତା ସାମଲଙ୍କୁ ବାଲିକୁଦା ଥାନାରେ ଅଟକ ରଖିଛି ପୁଲିସ।

କବିତାଙ୍କର କହିବା ଅନୁଯାୟୀ ସ୍ବାମୀ ସୁଶାନ୍ତ ଜଣେ ନିଶାସକ୍ତ ।  ମଦ ପିଇବାକୁ ନେଇ ଉଭୟଙ୍କ ଭିତରେ ସବୁ ବେଳେ ଝଗଡ଼ା ହୁଏ। ଖାଲି ସେତିକି ନୁହେଁ, ନିୟମିତ ଭାବେ ତାଙ୍କୁ ଓ ତାଙ୍କର ଦୁଇ ଝିଅଙ୍କୁ  ସୁଶାନ୍ତ ମାଡ଼ ମାରିଥାନ୍ତି।  ଏହାକୁ ନେଇ ଗତକାଲି ଉତକ୍ଷିପ୍ତ ହୋଇ ସ୍ୱାମୀ ସୁଶାନ୍ତଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା କବିତା ସ୍ବୀକାର କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe