କନକ ବ୍ୟୁରୋ : ଚଳିତ ଥର ଜଗତସିଂହପୁରରୁ ଲଢିବେ ନାହିଁ ବିଷ୍ଣୁ ଦାସ । ଯଦି ଏପରି ହୁଏ ତେବେ କେଉଁ ଆସନରୁ ଲଢିବେ ବିଷ୍ଣୁ , ତାକୁ ନେଇ ସୃଷ୍ଟି ହେଲାଣି ପ୍ରଶ୍ନବାଚୀ । ଯଦି ଜଗତସିଂହପୁରରୁ ବିଷ୍ଣୁ ଲଢିବେନି, ତେବେ ଏହି ଆସନରୁ କିଏ ହେବ ବିଜେଡି ପ୍ରାର୍ଥୀ । କେଉଁ ନୂଆ ଚେହେରାକୁ ଜଗତସିଂହପୁରରେ ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତା’ଉପରେ ରହିଛି ସମସ୍ତଙ୍କ ନଜର ।
ରାଜ୍ୟର ଅନ୍ୟତମ ହାଇପ୍ରୋଫାଇଲ ଜଗତସିଂହପୁର ବିଧାନସଭା ଆସନରୁ କିଏ ହେବ ବିଜେଡି ପ୍ରାର୍ଥୀ ସେ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଆସନରୁ ନିର୍ବାଚନ ଲଢ଼ି ୫ ଥର ଜିତି ବିଧାୟକ ହୋଇଥିଲେ ବିଷ୍ଣୁ ଦାସ । ଆଲୋଚନା ହେଉଛି ଚଳିତ ଥର ବିଷ୍ଣୁଙ୍କୁ ଅନ୍ୟ ନିର୍ବାଚନୀମଣ୍ଡଳୀରୁ ଟିକେଟ ମିଳିବ । ଆଉ ଏଥର ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ନୂଆ ଚେହେରା ସାମ୍ନାକୁ ଆସିବ । ଆଶାୟୀଙ୍କ ମଧ୍ୟରେ ଅନେକ ବିଜେଡି ନେତା ଆଗ ଧାଡିରେ ଅଛନ୍ତି । ରେସରେ ଅଛନ୍ତି କନକପ୍ରଭା ଲେଙ୍କା । କନକପ୍ରଭା ବିଜେଡିର ରାଜ୍ୟ ସମ୍ପାଦିକା ଭାବେ କାମ କରୁଛନ୍ତି । ସେହିଭଳି ବିଜୁ ଯୁବ ଜନତା ଦଳର ସଭାପତି ଅମରେନ୍ଦ୍ର ଦାସ ବି ଚର୍ଚ୍ଚାରେ ଅଛନ୍ତି ।
ସେହିଭଳି ଜଗତସିଂହପୁର ଆସନରୁ ସତ୍ୟବାଦୀ ମିଶ୍ର ବି ବିଜେଡି ପ୍ରାର୍ଥୀ ଆଶାୟୀ ଦୌଡରେ ଅଛନ୍ତି । ସେହିଭଳି ରେସରେ ଅଛନ୍ତି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ । ଅନ୍ୟପଟେ ଯୁବନେତା ପ୍ରଦୀପ୍ତ ସ୍ୱାଇଁ ମଧ୍ୟ ଦୀର୍ଘଦିନରୁ ବିଜେଡିରେ ଥିବାରୁ ଟିକେଟ ପାଇଁ ଦାବିଦାର ବୋଲି କହିଛନ୍ତି । ଜଗତସିଂହପୁର ଭଳି ଏକ ହାଇପ୍ରୋଫାଇଲ ନିର୍ବାଚନମଣ୍ଡଳୀରେ ବିଷ୍ଣୁ ଦାସ ଟିକେଟ ପାଉଛନ୍ତି ନା ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି । ଯଦି ବିଷ୍ଣୁ ଦାସ ଟିକେଟ ପାଉନାହାନ୍ତି ତାହାହେଲେ ନୂଆ ପ୍ରାର୍ଥୀ ନେଇ ବଡୁଛି ଉତ୍କଣ୍ଠା ବଢ଼ୁଛି ।