ବ୍ରହ୍ମବିଭ୍ରାଟ ରିପୋର୍ଟ ସାର୍ବଜନୀନ ନକରିବା ନିଷ୍ପତିକୁ ବିଜେପିର ବିରୋଧ : କହିଲେ କ୍ଷୁର୍ଣ୍ଣ ହେଉଛି ମୌଳିକ ଅଧିକାର, କୋର୍ଟରେ କରିବେ ନିଷ୍ପତିକୁ ଚ୍ୟାଲେଂଜ

28

କନକ ବ୍ୟୁରୋ : ବ୍ରହ୍ମବିଭ୍ରାଟ ରିପୋର୍ଟ ସାର୍ବଜନୀନ ନକରିବା ନିଷ୍ପତିକୁ ବିଜେପିର ପ୍ରତିବାଦ । ନିଷ୍ପତିକୁ କୋର୍ଟରେ ଚ୍ୟାଲେଂଜ କରିବ ବୋଲି ବିଜେପି କହିଛି । ଏହି ନିଷ୍ପତି ଦ୍ୱାରା ଲୋକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି । ଗତକାଲି ଶ୍ରୀମନ୍ଦିର ପରିଚାଳନା ବୈଠକ ପରେ ବ୍ରହ୍ମବିଭ୍ରାଟ ରିପୋର୍ଟ ସାର୍ବଜନୀନ କରାଯିବନି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ ।

ଏହା ଏକ ସମ୍ବେଦନଶୀଳ ଘଟଣା ହେଇଥିବାରୁ ସାର୍ବଜନୀନ କରାଯିବନି ବୋଲି ପ୍ରଦୀପ୍ତ ମହାପାତ୍ର କହିଥିଲେ । ଏପରିକି ଆରଟିଆଇ ତଥ୍ୟ ମାଗିଲେ ବି ଦିଆଯିବିନି ବୋଲି କୁହାଯାଇଥିଲା । ହେଲେ ବ୍ରହ୍ମବିଭ୍ରାଟ ହୋଇଥିବା ନେଇ ସ୍ପଷ୍ଟ କରାଯାଇଥିଲା । ଏବଂ ଏଥିର ସଂପୃକ୍ତି ସେବଙ୍କୁ ୩ ମାସ ଭିତରେ କାରଣ ଦର୍ଶାଅ ନୋଟିସ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ ।

ବ୍ରହ୍ମ ପରିବର୍ତ୍ତନରେ କାହିଁକି ହୋଇଥିଲା ବିଭ୍ରାଟ ? କ’ଣ ପାଇଁ ହୋଇଥିଲା ଠାକୁରଙ୍କ ନୀତିରେ ବିଭ୍ରାଟ୍ ? ନିଶାର୍ଦ୍ଧରେ ନହୋଇ ଦିନରେ କାହିଁକି ହୋଇଥିଲା ବ୍ରହ୍ମ ପରିବର୍ତ୍ତନ? ଏଭଳି ଅନେକ ପ୍ରଶ୍ନ ଜଗନ୍ନାଥପ୍ରେମୀଙ୍କୁ ଆନ୍ଦୋଳିତ କରିଥିଲା । ତେବେ ଏସବୁର କାରଣ ଜାଣିପାରିବେନି ଜନତା । ଜାଣିବାର ସବୁ ରାସ୍ତା ବନ୍ଦ ହୋଇଯାଇଛି ।