ଜଗମୋହନ ସ୍ଥିତି ଅନୁଧ୍ୟାନ କରି ଭୁବନେଶ୍ୱର ଫେରିଛି କେନ୍ଦ୍ରୀୟ ଟିମ୍

54

ପୁରୀ ବ୍ୟୁରୋ,କନକ ନ୍ୟୁଜ୍: ଜଗମୋହନ ସ୍ଥିତି ଅନୁଧ୍ୟାନ କରି ଭୁବନେଶ୍ୱର ଫେରିଛି କେନ୍ଦ୍ରୀୟ ଟିମ୍ । ଜଗମୋହନ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବ ଟିମ୍ । ଜଗମୋହନର ଦୀର୍ଘସ୍ଥାୟୀ ମରାମତି ନେଇ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାର କାର୍ଯ୍ୟକ୍ରମ ରହିଛି । ପୁରୀରେ ପହଂଚି ପ୍ରଥମେ ଗଜପତି ମହାରାଜ ଦିବ୍ୟ ସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପରିଚାଳନା କମିଟି ବୈଠକରେ ସାମିଲ ହୋଇଥିଲା କେନ୍ଦ୍ରୀୟ ଟିମ୍ । ଏବଂ ଜଗମୋହନର ସ୍ଥିତି ପରଖିଥିଲା ଟିମ୍ ।

ପରିଚାଳନା କମିଟି ବୈଠକ ନେଇ ପତିକ୍ରିୟା ରଖିଛନ୍ତି ଗଜପତି । ଜଗମୋହନର ସ୍ଥାୟୀ ଓ ପୂର୍ଣ୍ଣାଙ୍ଗରୂପେ ମରାମତି କରାଯିବ ବୋଲି ସେ କହିଛନ୍ତି । କାମ ଶୀଘ୍ର ସାରିବାକୁ କେନ୍ଦ୍ରୀୟ ଟିମକୁ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ଅନୁରୋଧ କରିଛନ୍ତି । କେନ୍ଦ୍ର ସଂସ୍କୃତି ସଚିବଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ ଜଗମୋହନ ସ୍ଥିତି ଅନୁଧ୍ୟାନ ପାଇଁ ଆସିଛନ୍ତି । ଏହି ଟିମ୍ ରେ ରହିଛନ୍ତି ଏଏସଆଇ ଡିଜି ରାକେଶ ତିୱାରୀ ଓ କେନ୍ଦ୍ର ସଂସ୍କୃତି ସଚିବ ନରେନ୍ଦ୍ର ସିହ୍ନା ।

ଏଥି ସହିତ : ଜଗମୋହନ ସ୍ଥିତି ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ଟିମ : ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ହେଲା ପରିଚାଳନା କମିଟି ବୈଠକ