ଜଗମୋହନ ସ୍ଥିତି ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ଟିମ : ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ହେଲା ପରିଚାଳନା କମିଟି ବୈଠକ

23

ପୁରୀ ବ୍ୟୁରୋ , କନକ ନ୍ୟୁଜ୍: ଜଗମୋହନ ସ୍ଥିତି ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ଟିମ । ଗଜପତି ମହାରାଜ ଦିବ୍ୟ ସିଂହ ଦେବଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ଟିମ୍ ସହ ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିରରେ ଟିମ ପହଚିଂଛି । ପରିଚାଳନା କମିଟି ବୈଠକରେ ପତିକ୍ରିୟା ରଖିଛନ୍ତି ଗଜପତି ।

ଜଗମୋହନର ସ୍ଥାୟୀ ଓ ପୂର୍ଣ୍ଣାଙ୍ଗରୂପେ ମରାମତି କରାଯିବ ବୋଲି ସେ କହିଛନ୍ତି । କାମ ଶୀଘ୍ର ସାରିବାକୁ କେନ୍ଦ୍ରୀୟ ଟିମକୁ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ଅନୁରୋଧ କରିଛନ୍ତି । କେନ୍ଦ୍ର ସଂସ୍କୃତି ସଚିବଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ ଜଗମୋହନ ସ୍ଥିତି ଅନୁଧ୍ୟାନ ପାଇଁ ଆସିଛନ୍ତି । ଟିମ୍ ରେ ରହିଛନ୍ତି ଏଏସଆଇ ଡିଜି ରାକେଶ ତିୱାରୀ ଓ କେନ୍ଦ୍ର ସଂସ୍କୃତି ସଚିବ ନରେନ୍ଦ୍ର ସିହ୍ନା । । ଅପରାହ୍ନରେ ଏହି ଟିମ୍ ଭୁବନେଶ୍ୱର ଆସି ମୁଖ୍ୟ ଶାସନ ସଚିବଙ୍କ ସହ ଏକ ବୈଠକରେ ଆଲୋଚନା କରିବେ । ଜଗମୋହନର ଦୀର୍ଘସ୍ଥାୟୀ ମରାମତି ନେଇ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାର କାର୍ଯ୍ୟକ୍ରମ ରହିଛି।

ଏଥି ସହିତ: ଅନୁଧ୍ୟାନ ରାଜନୀତି