ସ୍ଥିର ଅଛି ଜଗା ବଳିଆଙ୍କ ସ୍ୱାସ୍ଥ୍ୟ ! ଆଇସିୟୁରେ ଡାକ୍ତର ରଖିଛନ୍ତି ନଜର, ଆଗାମୀ ୨ଦିନ ଗୁରୁତ୍ୱପୂର୍ଣ୍ଣ

25

କନକ ବ୍ୟୁରୋ : ସ୍ଥିର ଅଛି ଜଗାବଳିଆଙ୍କ ସ୍ୱାସ୍ଥ୍ୟ । ଦିଲ୍ଲୀ ଏମସ୍ର ଆସିୟୁରେ ୨୦ଜଣିଆ ଡାକ୍ତରୀ ଟିମ୍ ଓ ୨୫ ଜଣ ନର୍ସ ଦୁଇ ଭାଇଙ୍କ ଉପରେ ନଜର ରଖିଛନ୍ତି । ତେବେ ଆଗାମୀ ଦୁଇ ଦିନ ଦୁଇ ଜଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଛି । ଏହି ସମୟ ଭିତରେ ଦୁଇ ଭାଇଙ୍କର ଚେତା ଫେରିବ । ଆଉ ସେମାନଙ୍କ ଶରୀର ପ୍ରଥମ କରି ଅଲଗା ଅଲଗା ଭାବେ ବିଭିନ୍ନ କାର୍ଯ୍ୟ ନିର୍ବାହ କରିବ । ତେଣୁ ଏବେ ସମସ୍ତଙ୍କ ନଜର ଏହି ଦୁଇ ଶିଶୁଙ୍କ ଉପରେ ରହିଛି । ବୁଧବାର ଦିନ ଦୁଇ ଜଣଙ୍କର ପ୍ରଥମେ ଦୁଇ ମୁଣ୍ଡକୁ ଅଲଗା କରାଯିବା ପରେ ପ୍ଲାଷ୍ଟିକ ସର୍ଜରୀରେ , କୃତ୍ରିମ ଖପୁରୀ ତିଆରି କରି ଦୁଇ ଶିଶୁଙ୍କଠାରେ ରୋପଣ କରିଛନ୍ତି ଡାକ୍ତର । ବୁଧବାର ସକାଳ ସାଢେ ୬ଟାରୁ ଗୁରୁବାର ଭୋର୍ ୩ ଟା ଯାଏଁ ଚାଲିଥିଲା ଅପରେସନ୍ ପ୍ରକ୍ରିୟା । ଏବେ ତାଙ୍କୁ ଭେଂଟିଲେଟରରେ ଅବଜର ଭେସନରେ ରଖାଯାଇଛି ।