ବାହୁଡ଼ିଲେ ଜଗାବଳିଆ : କଟକ ଏସସିବିରେ ଜାରି ରହିବ ଉଭୟଙ୍କ ଚିକିତ୍ସା

ବାହୁଡ଼ିଲେ ଜଗାବଳିଆ : କଟକ ଏସସିବିରେ ଜାରି ରହିବ ଉଭୟଙ୍କ ଚିକିତ୍ସା

କନକ ବ୍ୟୁରୋ : ଓଡ଼ିଶାରେ ପହଞ୍ଚିଲେ ଜଗା-ବଳିଆ । ଗତକାଲି ଏମ୍ସରୁ ଡିସଚାର୍ଜ ହେବାପରେ ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶା ଫେରିଲେ ଜଗାବଳିଆ । ତାଙ୍କ ସାଙ୍ଗରେ ୬ ଜଣିଆ ଡାକ୍ତରଙ୍କ ସହ ଅଛନ୍ତି ୧୧ ଜଣିଆ ଚିକିତ୍ସକ ଦଳ । ଓଡ଼ିଶାରେ ପହଞ୍ଚିବା ପରେ କଟକରେ ଏସିସିବିରେ ଚିକିତ୍ସିତ ହେବେ ଜଗାବଳିଆ । ଜଗା ବଳିଆଙ୍କ ଫେରିବା ଖବର ଶୁଣିବା ପରେ ତାଙ୍କ ଗ୍ରାମ, ଫୁଲବାଣୀର ଫିରିଙ୍ଗିଆ ବ୍ଲକ ମେଲୁପଡାରେ ଖୁସିର ଲହରୀ ଖେଳିଯାଇଛି । 

ତେବେ ଅନେକ ଦିନ ହେବ ୨ ଶିଶୁ ବେଶ ଚର୍ଚ୍ଚାରେ ରହିଥିଲେ । ଯୋଡା ମୁଣ୍ଡର ଅସ୍ତ୍ରୋପଚାର ପରଠାରୁ ହିଁ ଉଭୟ ଶିଶୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ୨ ବର୍ଷ ପରେ ସେମାନେ ଆଜି ଓଡିଶା ଫେରିଛନ୍ତି । କଟକରେ ପହଞ୍ଚିବା ପରେ ଏସସିବିରେ ରହି ତାଙ୍କର ଚିକିତ୍ସା କରାଯିବ ବୋଲି ଜଣାପଡିଛି । ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଛି । ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର ଦିଲ୍ଲୀ ଏମ୍ସରେ କରାଯାଇଥିଲା । ତେବେ ଦିଲ୍ଲୀ ଏମସରୁ ଚିକିତ୍ସା ପାଇଁ ଉଭୟଙ୍କୁ କଟକ ବଡ ମେଡିକାଲକୁ ଅଣାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେବା ପରେ ଏସସିବିରେ ପ୍ରସ୍ତୁତି କରାଯାଇଥିଲା । ଦୁଇ ଭାଇଙ୍କୁ ସ୍ବତନ୍ତ୍ର ଆଇସିୟୁ ସଂଲଗ୍ନ କ୍ୟାବିନରେ (ଟ୍ରମା ଆଇସିୟୁ ପାଖରେ) ରଖାଯିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି।

ସେମାନଙ୍କ ଚିକିତ୍ସା ପାଇଁ ନ୍ୟୁରୋସର୍ଜରି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସର୍ଜରି ବିଭାଗ, ଶିଶୁ ରୋଗ ବିଭାଗ, ନ୍ୟୁରୋଲୋଜି ବିଭାଗ, ନ୍ୟୁରୋସର୍ଜରି ବିଭାଗ, ଜରୁରିକାଳୀନ ମେଡିକାଲ ଅଫିସର, ଶିଶୁଭବନର ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ ଶତପଥୀ, ପେଡିଆଟ୍ରିକ୍ ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ନେଇ ଟିମ ଗଠନ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe