ଆଗାମୀ ମାସେ ଦେଢମାସ ମଧ୍ୟରେ ହସପିଟାଲରୁ ବାହାରିବ ଜଗା ! ବଳିଆ ସୁସ୍ଥ ହେବାକୁ ଲାଗିବ ଅଧିକ ସମୟ

42

କନକ ବ୍ୟୁରୋ : କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗାବଳିଆ ଧୀରେ ଧିରେ ସୁସ୍ଥ ହେଉଛନ୍ତି । ଜଗା ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆଉ ମାସେ ଦେଢମାସ ସମୟ ଲାଗିବ । ତେବେ ବଳିଆକୁ ଆହୁରି ଅଧିକ ସମୟ ଲାଗିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ସେହିଭଳି ନୟାଗଡର ଗଙ୍ଗାଯମୁନା କ୍ଷେତ୍ରରେ ଗୋଟିଏ ହୃଦୟ ଥିବା ଯୋଗୁଁ ପରିସ୍ଥିତି ଜଟିଳ ହୋଇଛି । କିନ୍ତୁ ଏବେ ମଧ୍ୟ ଆଶା ମଉଳିନାହିଁ । ଦେଶର ଭଲ ଭଲ ଡାକ୍ତରଙ୍କ ସହ ଏ ନେଇ ଆଲୋଚନା ଜାରି ରହିଛି । ତେଣୁ ଗଙ୍ଗାଯମୁନା ବି ସୁସ୍ଥ ହେବେ ବୋଲି ମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।