ଆଲିବାବା ଗ୍ରୁପର ଅଧ୍ୟକ୍ଷ ପଦରୁ ଅବସର ନେଲେ ଜ୍ୟାକ ମା : ଶିକ୍ଷା କ୍ଷେତ୍ରରେ ତଥା ଜନକଲ୍ୟାଣ କାର୍ଯ୍ୟରେ କଟିବ ବାକି ଜୀବନ

417

କନକ ବ୍ୟୁରୋ : ଅବସର ନେଲେ ଆଲିବାବା ଗ୍ରୁପର କର୍ତ୍ତାଧର୍ତ୍ତା ଜ୍ୟାକ ମା । ନିଜ ୫୫ତମ ଜନ୍ମଦିନରେ ଆଲିବାବା ଗ୍ରୁପର ଅଧ୍ୟକ୍ଷ ପଦରୁ ଅବସର ଗ୍ରହଣ କରିଛନ୍ତି ଚୀନର ବିଶିଷ୍ଟ ପୁଞ୍ଜିପତି । ତାଙ୍କ ଉଦ୍ୟମରେ ଆଲିବାବା ଚୀନ ବଜାରର ସବୁଠାରୁ ସଫଳ ଅନଲାଇନ ରିଟେଲ ମାର୍କେଟ ହୋଇପାରିଛି ଅବସର ପରେ ସେ ଶିକ୍ଷକତା ଉପରେ ଧ୍ୟାନ ଦେବେ । କାରଣ ଜ୍ୟାକ ମା ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଜ୍ୟାକ ମା କଠିନ ପରିଶ୍ରମ କରି ଜଣେ ଗରିବ ଶିକ୍ଷକରୁ ବିଶାଳ ସାମ୍ରାଜ୍ୟ ଛିଡ଼ା କରିପାରିଥିଲେ । ଅବସର ପରେ ଶିକ୍ଷା କ୍ଷେତ୍ରରେ ତଥା ଜନକଲ୍ୟାଣ କାର୍ଯ୍ୟରେ ମନ ଦେବେ । ଅଲିବାବା ଚୀନର  ସବୁଠାରୁ ବଡ଼ ଇ-କମର୍ସ କମ୍ପାନୀ । ଜ୍ୟାକ ମା ଗତବର୍ଷ ଜନ୍ମଦିନରେ ନିଜ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ଡାନିଏଲ ଝାଙ୍ଗଙ୍କୁ ନିଜର ଉତ୍ତରାଧିକାରୀ କରିବା ପୂର୍ବରୁ ବର୍ଷେ ଯାଏଁ ଏଜକ୍ୟୁଟିଭ ଚେୟାରମ୍ୟାନ ଭାବେ ରହିବେ ବୋଲି କହିଥିଲେ। 

ଜ୍ୟାକ ମାଙ୍କ ମୋଟ୍ ସମସ୍ତ ସମ୍ପତ୍ତି ୪୧ ଆରବ ଡଲାର । ଚୀନର ବିଶିଷ୍ଟ ପୁଞ୍ଜିପତିଙ୍କ ମଧ୍ୟରୁ ସେ ଅନ୍ୟତମ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ତାଙ୍କର ପିଲାଦିନେ ବହୁତ ସଂଘର୍ଷମୟ ଥିଲା । କଲେଜ ଜୀବନରୁ ଚାକରି କରିବା ପର୍ଯ୍ୟନ୍ତ ସେ ଅନେକ ଥର ରିଜେକ୍ଟ ହୋଇଥିଲେ । ପ୍ରସିଦ୍ଧ କମ୍ପାନି କେଏଫସି ମଧ୍ୟ ତାଙ୍କୁ ଚାକିରି ଦେବାପାଇଁ ମନାକରିଦେଇଥିଲା । ଦିନ ଥିଲା ମାତ୍ର ୮୬୭ଟଙ୍କା ପ୍ରତି ମାସ ଆୟ ସେ କରୁଥିଲେ ।

ହାଙ୍ଗଚୋରେ ଜନ୍ମିତ ଜ୍ୟାକ ମା କଲେଜରେ ପ୍ରବେଶିକା ପରୀକ୍ଷାରରେ ୨ ଥର ଅସଫଳ ହୋଇଥିଲେ । ୨୦୧୬ରେ ୱାଲ୍ଡ ଇକେମାନୋମିକ ଫୋନମରେ ସେ କହିଥିଲେ କି ହାବାର୍ଡ଼ ୟୁନିଭରସିଟି ତାଙ୍କୁ ୧୦ ଥର ଅଯୋଗ୍ୟ ବିବେଚିତ କରିଥିଲା । କିଶୋର ଅବସ୍ଥାରେ ସେ ଜଣେ ଟୁରିଷ୍ଟ ଗାଇଡ଼୍ ଥିଲେ । ଆଉ ସେତେବଳେ ତାଙ୍କର ବୟସ ଥିଲା ମାତ୍ର ୧୨ ବର୍ଷ । ଟୁରିଷ୍ଟଙ୍କର ସହ କଥାବାର୍ତ୍ତା କରି କରି ସେ ଇଂରାଜୀ ଶିଖିଥିଲେ । ୧୯୯୯ ଅଲିବାବାର ଆରମ୍ଭ କରିବା ପୂର୍ବରୁ ସେ ଅନେକ ଜାଗାରେ ଚାକରି ପାଁଇ ଇଂଟରଭିୟୁ ଦେଇଥିଲେ । କିନ୍ତୁ ସେହି ସମୟରେ ମଧ୍ୟ ତାଙ୍କୁ କେହି ସିଲେକ୍ଟ କରିନଥିଲେ । ଅନେକ କଷ୍ଟ କରିବା ପରେ ତାଙ୍କୁ ଏକ ୟୁନିଭରସିଟରେ ଇଂରାଜୀ ଶିକ୍ଷକ ରୂପେ ଏକ ଚାକିରି ମିଳିଥିଲା ।

ପରେ ସେ ୧୭ ଜଣଙ୍କ ସହ ମିଶି ଅଲିବାବା କମ୍ପାନୀ ପ୍ରତିଷ୍ଠା କରିଥିଲେ । ତାଙ୍କ ଆପାର୍ଟମେଂଟର ବାହାରେ ହିଁ ସେ ଏହି କାମ ଆରମ୍ଭ କରିଥିଲେ । ୨୦୧୩ରେ ପର୍ଯ୍ୟନ୍ତ କିଛି ଖାସ୍ ସଫଳତା ମିଳିନଥିଲା । ୨୦୧୩ ପରଠାରୁ ହିଁ କମ୍ପାନୀର ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଲା । କଠିନ ପରିଶ୍ରମ ବଳରେ ଅଲିବାବା କମ୍ପାନୀକୁ ସଫଳତାର ଶୀର୍ଷରେ ପହଞ୍ଚିପାରିଥିଲେ ଜ୍ୟାକ୍ ମା ।

ଅଲିବାବା କମ୍ପାନୀରୁ ଅବସର ପରେ ଏବେ ସେ ସମସ୍ତ ସମୟ ଶିକ୍ଷା କ୍ଷେତ୍ରରେ ଦେବେ ବୋଲି ସ୍ପଷ୍ଟ କରିଛନ୍ତି । ଏହାସହ ସାଧାରଣ ଲୋକଙ୍କ ପାଇଁ କିଛି କରିବାକୁ ଯୋଜନା କରିଛନ୍ତି ଜ୍ୟାକ୍ ମା ।