ଜମ୍ମୁ କଶ୍ମୀରରେ ପ୍ରବଳ ତୁଷାରପାତ : ପୁଲୱାମା ଓ ସୋପିଆଁ ଜିଲ୍ଲାରେ ବ୍ୟାପକ ମାତ୍ରାରେ ସେଓ ବଗିଚା ନଷ୍ଟ

121

କନକ ବ୍ୟୁରୋ : ପ୍ରବଳ ବରଫପାତ ଯୋଗୁଁ ଜମ୍ମୁ କଶ୍ମୀରର ପୁଲୱାମା ଓ ସୋପିଆଁ ଜିଲ୍ଲାରେ ସେଓ ବଗିଚାଗୁଡ଼ିକ ଉଜୁଡ଼ି ଯାଇଥିବାର ଖବର ମିଳିଛି । ବିଗତ କିଛି ଦିନ ହେବ ସହି ଅଞ୍ଚଳରେ ପ୍ରବଳ ମାତ୍ରାରେ ବରଫପାତ ଦେଖାଯାଉଛି । ତେଣୁ ସେଓ ବଗିଚାଗୁଡ଼ିକ ଉଜୁଡ଼ି ଯାଇଛି ।

ଏସଂପର୍କରେ ପୁଲୱାମାର ମୁଖ୍ୟ ଉଦ୍ୟାନ ଅଧିକାରୀ ଆର.କେ କୋଟୱାଲ କହିଛନ୍ତି ଯେ ଦକ୍ଷିଣ କଶ୍ମୀରରେ ସେଓ ବଗିଚା ଉଜୁଡ଼ିଯିବା ନେଇ କ୍ଷତିଗ୍ରସ୍ତ ଅଂଚଳ ବୁଲିବା ପାଇଁ ଏକ ଟିମ ଗଠନ କରାଯାଇଛି । ଏହି ଟିମ ସେଓ ବଗିଚାକୁ ଯାଇ କ୍ଷୟକ୍ଷତିର ଆକଳନ କରିବେ । ଚାଷୀଙ୍କୁ ସହାୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ଦାଖଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଚଳିତ ମାସ ୭ ତାରିଖରେ ମଧ୍ୟ ଦକ୍ଷିଣ କଶ୍ମୀରରେ ପ୍ରବଳ ବରଫପାତ ହୋଇଥିଲା । ସୋପିଆ, ପୁଲୱାମା, ଅନନ୍ତନାଗ ଜିଲ୍ଲାରେ ବ୍ୟାପକ ମାତ୍ରାରେ ସେଓ ବଗିଚା ନଷ୍ଟ ହୋଇଥିଲା । ଏହାଫଳରେ କୋଟି କୋଟି ଟଙ୍କାର ଫସଲ ନଷ୍ଟ ହୋଇଥିବା ଜଣାଯାଇଥିଲା।