ସଲମାନ ଖାନ ଯେବେ କାହା ଉପରେ ଖୁସି ହୁଅନ୍ତି ତେବେ ତାକୁ ବହୁତ ମଉକା ଦେଇଥାଆନ୍ତି । ଅତୀତରେ ଏନେଇ ଅନେକ ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି । ଏବେ ଯେବେ ତାଙ୍କ ଗାର୍ଲଫ୍ରେଣ୍ଡ ଲୁଲିଆଙ୍କ କଥା ଉଠିଛି ତେବେ ସେ ଏଥିରୁ ବାଦ ଯିବେ କିପରି ? ଖବରରୁ ଜଣାପଡିଛି ସଲାମାନ ଖାନଙ୍କ ସିନେମା ‘ଟ୍ୟୁବଲାଇଟ’ରେ ଏକ ଖାସ ଗୀତ ଗାଇବେ ଲୁଲିଆ । କିନ୍ତୁ ଏଯାଏଁ ଏହି ଗୀତକୁ ନେଇ କୈାଣସି ସ୍ଫଷ୍ଟ ସୂଚନା ମଳିନାହିଁ ।
ଏଇଠି ଜଣାଇ ରଖୁଛୁ ଲୁଲିଆ ଜଣେ ବହୁତ ଭଲ ସିଙ୍ଗର । ନିକଟରେ ହିମେଶ ରେଶମିୟାଙ୍କ ସହ ତାଙ୍କର ଏକ ଗୀତ ଆସିଥିଲା, ଯାହାର ଟାଇଟଲ ଥିଲା ‘ଏଭରି ନାଇଟ ଆଣ୍ଡ ଡେ’ । ଏହି ଗୀତକୁ ଲୁଲିଆଙ୍କ କଣ୍ଠରେ ବହୁତ ପସନ୍ଦ କରିଥଲେ ଦର୍ଶକ । କେବଳ ଏତିକି ନୁହଁ ଲୁଲିଆ ହିିନ୍ଦୀ ଭାଷାକୁ ନେଇ ମଧ୍ୟ ବହୁତ ସହଜ । ତେବେ ଆଗକୁ ଦେଖିବାକୁ ବାକି ରହିଲା ଭାଇଜାନଙ୍କ ସିନେମାରେ ଗାର୍ଲଫ୍ରେଣ୍ଡ ଲୁଲିଆଙ୍କ କଣ୍ଠର ଗୀତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/11-1.jpg)