ମନ୍ତ୍ରୀଙ୍କ ବନ୍ଧୁକ ସଉକ୍ : ସୁରକ୍ଷା ନୁହେଁ ସୌଖୀନ ପାଇଁ ଛାତ୍ର ଜୀବନରୁ ବନ୍ଧୁକ ରଖିଥିବା କହିଛନ୍ତି ନବ ଦାସ 

427

କନକ ବ୍ୟୁରୋ : ସଉକ ପାଇଁ ପାଖରେ ବନ୍ଧୁକ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ସମ୍ପତ୍ତି ତାଲିକା ଆସିବା ପରେ ମନ୍ତ୍ରୀଙ୍କ ବନ୍ଧୁକ ସଉକ୍ ନେଇ ଚର୍ଚ୍ଚା ଜୋର ଧରିଛି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପାଖରେ ଅଛି ଲାଇସେନ୍ସ ପ୍ରାପ୍ତ ୨ଟି ରିଭଲବର ଏବଂ ଗୋଟିଏ ରାଇଫଲ । କାହିଁକି ବନ୍ଧୁକ ରଖିଛନ୍ତି ନବ ଦାସ, ଗଣମାଧ୍ୟମର ଏ ସଂକ୍ରାନ୍ତୀୟ ପ୍ରଶ୍ନରେ ପ୍ରତିକ୍ରିୟା ରଖି ନବ ଦାସ କହିଛନ୍ତି । ସୁରକ୍ଷା ପାଇଁ ନୁହେଁ ସୌଖିନ ପାଇଁ ରଖିଛନ୍ତି ବନ୍ଧୁକ ।

ଛାତ୍ର ଜୀବନରୁ ବନ୍ଧୁକ ରଖିଛନ୍ତି ନବ ଦାସ । ରାଜନୀତି ପାଇଁ ନୁହେଁ ଏବେ ନୁହେଁ ୧୯୮୪ ମସିହାରୁ, କଲେଜରେ ପାଠ ପଢୁଥିବା ସମୟରୁ ସେ ପାଖରେ ବନ୍ଧୁକ ରଖିଛନ୍ତି ।  ଆଇନର ବ୍ୟବସ୍ଥା ଭିତରେ ବନ୍ଧୁକ ରଖିଛି, ଏହା ଦୋଷାବହ ନୁହେଁ ବୋଲି ମଧ୍ୟ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ପ୍ରକାଶ ପାଇଛି ମନ୍ତ୍ରୀଙ୍କ ସମ୍ପତି ତାଲିକା । ଏହି ତାଲିକାର ତଥ୍ୟ ଅନୁସାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ତାଙ୍କ ପତ୍ନୀ ଓ ଝିଅଙ୍କ ପାଖରେ ୩୨ଲକ୍ଷ ଟଙ୍କା ନଗଦ ରହିଛି । ତାଙ୍କର ପ୍ରାୟ ୧କୋଟି ଟଙ୍କାର ବ୍ୟାଙ୍କ ଜମା ଓ ୨କୋଟି ଟଙ୍କାର ସ୍ଥାୟୀ ଜମା ରହିଛି ।