ଗତକାଲି (୩୧ ଅଗଷ୍ଟ) ଥିଲା ଆୟକର ଦାଖଲ କରିବାର ଶେଷ ତାରିଖ । ଚଳିତ ବର୍ଷ ଲାଗି ଆୟକର ଦାଖଲର ଶେଷ ତାରିଖ ୩୧ ଜୁଲାଇ ରହିଥିବା ସମୟରେ ଆୟକର ବିଭାଗ ଏହାକୁ ଏକ ମାସ ଘୁଞ୍ଚାଇ ଦେଇଥିଲେ । ଯେଉଁମାନେ ଗତକାଲି ସୁଦ୍ଧା ନିଜର ଆୟକର ରିଟର୍ଣ୍ଣ ଦାଖଲ କରି ନପାରିନାହାନ୍ତି , ସେମାନଙ୍କୁ ନିମ୍ନଲିଖିତ କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ପଡିବ ।
ଜରିମାନା:୫,୦୦୦ରୁ ୧୦,୦୦୦
ବକେୟା ଆୟକର ଉପରେ ଲାଗିବ ସୁଧ - ଯଦି ବିଳମ୍ବରେ ଆୟକର ରିଟର୍ଣ୍ଣ ଦାଖଲ କରନ୍ତି,ତେବେ ଆପଣଙ୍କୁ ବକେୟା ଆୟକର ସହ ସୁଧ ମଧ୍ୟ ଦେବାକୁ ପଡ଼ିବ। ଅତିକମ୍ରେ ଆପଣଙ୍କୁ ବକେୟା ଆୟକର ଉପରେ ୧% ସୁଧ ଦେବାକୁ ପଡ଼ିବ ।
ବିଳମ୍ବ ହେବ ରିଫଣ୍ଡ୍ - ଶେଷ ତାରିଖ ଗଡ଼ିଯିବା ପରେ ଯଦି ଆୟକର ରିଟର୍ଣ୍ଣ ଦାଖଲ କରନ୍ତି ତେବେ ଆପଣଙ୍କର ରିଫଣ୍ଡ ପାଇବା ବିଳମ୍ବିତ ହୋଇପାରେ । କାରଣ ଆୟକର ବିଭାଗ ପ୍ରଥମେ ଆସିଥିବା ରିଟର୍ଣ୍ଣକୁ ହିସାବ ଲାଗିପ୍ରଥମେ ଗ୍ରହଣ କରିଥାଏ । ତେଣୁ ଆପଣ ଯଦି ଆୟକର ଦାଖଲରେ ଅଯଥା ବିଳମ୍ବ କରନ୍ତି ତେବେ ଆୟକର ବିଭାଗ ଠାରୁ ରିଟର୍ଣ୍ଣ ପାଇବାରେ ମଧ୍ୟ ବିଳମ୍ବ ହେବ ।