ସୂଚନା ପ୍ରଯୁକ୍ତି ବିଦ୍ୟା ଶିଳ୍ପରେ ନିୟମିତ ଭାବେ ପରିବର୍ତ୍ତନ ଆସୁଛି । ଦିନକୁ ଦିନ ଟେକ୍ନୋଲୋଜି ବଦଳୁଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆସିବା ଯୋଗୁଁ ଆଇଟି କମ୍ପାନିମାନଙ୍କ ପ୍ରାଥମିକତା ବଦଳିଛି । ଏଥିପାଇଁ ପୂର୍ବରୁ ପେଶାଦାରମାନେ ଯେଉଁ ତାଲିମ ପାଇଥିଲେ ଏବେ ସେଗୁଡ଼ିକର ଚାହିଦା ଓ ଉପଯୋଗିତା କମିଛି ।
ଏଣୁ ଆଇଟି କମ୍ପାନିମାନେ ନିଜର ଇଂଜିନିୟରମାନଙ୍କୁ ନୂଆ ନୂଆ ପ୍ରକାରେ ତାଲିମ ଦେବା ଆରମ୍ଭ କରିଛନ୍ତି । ଦେଶର ପ୍ରମୁଖ ଆଇଟି କମ୍ପାନି ଇନଫୋସିସ୍ ନିଜର ଯୁବ ପେଶାଦାରମାନଙ୍କୁ ତାଲିମ ଦେବା ପାଇଁ ଏକ ବ୍ରିଜ ପ୍ରୋଗ୍ରାମ ଆରମ୍ଭ କରିଛି । ୩ ବର୍ଷର ଅଭିଜ୍ଞତା ଥିବା ନିଜର ପ୍ରୋଫେସନାଲମାନଙ୍କୁ ତାଲିମ ଦେଉଛି । ଯେଉଁମାନେ ଏଥିରେ ପାଶ କରୁଛନ୍ତି ସେମାନଙ୍କ ଦରମାକୁ ଦ୍ୱିଗୁଣ କରାଯାଉଛି ।
ସେହିପରି ଟିସିଏସ ମଧ୍ୟ ଏକ ନାସନାଲ କ୍ୱାଲିଫାୟର ଟେଷ୍ଟ କରୁଛି । ଏହି ଟେଷ୍ଟରେ ପାଶ କଲେ ଯୁବ ପେଶାଦାରମାନଙ୍କ ଦରମା ୩.୫ ଲକ୍ଷରୁ ବଢାଇ ୬.୫ ଲକ୍ଷ କରିଦିଆଯାଉଛି । ଓ୍ଵିପ୍ରୋ ମଧ୍ୟ ନିଜର ଇଂଜିନିୟରଙ୍କ ଦକ୍ଷତା ମାପ କରିବା ପାଇଁ ଏକ କୋଡିଂ ଟେଷ୍ଟ କରୁଛି । ଏହି ପରୀକ୍ଷାରେ ଯେଉଁମାନେ ପାଶ କରିବେ ସେମାନଙ୍କ ଦରମା ବଢାଇଦିଆଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/office.jpg)
/kanak/media/post_attachments/wp-content/uploads/2018/11/images-29-300x168.jpg)
/kanak/media/post_attachments/wp-content/uploads/2018/11/fc_2-300x225.jpg)