ରାଜ୍ୟର ବିଭିନ୍ନ ସ୍ଥାନରେ ଝିପଝିପ୍ ବର୍ଷା : ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ଯୋଗୁଁ  ବଢିଲା ତାପମାତ୍ରା

805

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ଝିପଝିପ୍ ବର୍ଷା ହେଉଛି । ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଅନ୍ୟ ଅଂଚଳରେ ଝିପିଝିପି ବର୍ଷା ହୋଇଛି । ଆଜି ମଧ୍ୟାହ୍ନ ସୁଦ୍ଧା ଦେବଗଡ଼, ଅନୁଗୁଳ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି  । ସେହିପରି  କଟକ, ମୟୂରଭଞ୍ଜ, ଭଦ୍ରକ, ଢ଼େଙ୍କାନାଳର କେତେକ ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି । ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ଅବସ୍ଥା ଲାଗି ରହିବ  । ଏହା ସହିତ କୂଆପଥର ବର୍ଷା ହେବାର ସମ୍ଭାବନା ରହିଛି ।

ରାଜସ୍ଥାନରୁ ଛତିଶଗଡ ଉପର ଦେଇ ଯାଇଥିବା ଟ୍ରପଲାଇନ ପ୍ରଭାବରେ ଏହି ବର୍ଷା ହେଉଛି । ଅନ୍ୟପଟେ ପାଗ ମେଘୁଆ ରହିବା ଯୋଗୁଁ ତାପମାତ୍ର ସାମାନ୍ୟ ବୃଦ୍ଧି ପାଇବ ଓ ଫଳରେ ଥଣ୍ଡା ଟିକେ କମ୍ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।  ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ ଥଣ୍ଡା କମିବ । ତେବେ ବର୍ଷା ଛାଡ଼ିଗଲା ପରେ ଥଣ୍ଡା ପୁଣି ବଢ଼ିବାର ସମ୍ଭାବନା ରହିଛି  ।