ଆଇଟି ଫାର୍ମ ଗୁଡିକୁ କମିସନରେଟ ପୁଲିସ ପକ୍ଷରୁ ଗାଇଡଲାଇନ ଜାରି : ବିଦେଶ ଯାଇଥିବା କର୍ମଚାରୀଙ୍କୁ ଅଫିସ ନଯିବାକୁ ପରାମର୍ଶ, ୧୪ ଦିନ ପାଇଁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ

474

କନକ ବ୍ୟୁରୋ : ଆଇଟି ଫାର୍ମ ଗୁଡିକୁ କମିସନରେଟ ପୁଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଭୁବନେଶ୍ୱର ଓ କଟକରେ ଥିବା ଫାର୍ମଗୁଡିକୁ ନୋଟିସ କରାଯାଇଛି । ବିଦେଶ ଯାଇଥିବା କର୍ମଚାରୀଙ୍କୁ ଅଫିସ ନଯିବାକୁ ପରାମର୍ଶ ଦିଆଯାଇଛି । ୧୪ ଦିନ ପାଇଁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କାମ କରିନପାରିଲେ କମ୍ପାନୀ ନିୟମ ଅନୁସାରେ ଛୁଟିରେ ରହିବେ । କୌଣସି କର୍ମଚାରୀଙ୍କୁ ଥଣ୍ଡା କାଶ ହେଉଥିଲେ ଅଫିସ ନଯିବାକୁ ପରାମର୍ଶ । ଅତି ଆବଶ୍ୟକ ନପଡିଲେ କର୍ମଚାରୀଙ୍କୁ ବିଦେଶ ନଯିବାକୁ ପରାମର୍ଶ ଦିଆଯିବା ସହ ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି ।

ସାମାଜିକ ଦାୟିତ୍ୱବୋଧ ଆମ ସମସ୍ତଙ୍କ ଉପରେ ନିର୍ଭର କରେ । ନିଜର ଓ ଅନ୍ୟମାନଙ୍କ ସୁରକ୍ଷା ପାଇଁ ଏପରି କରିବା ଜରୁରୀ । ସତର୍କ ରହିଲେ ହିଁ ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରିପାରିବା ।

ଅନ୍ୟପଟେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି, ଗ୍ରୋସରୀ ଦୋକାନ ସବୁ ଖୋଲା ରହିବ । କ୍ଷୀର, ପରିବା ଫଳ ଆଦି ଦୋକାସ ସବୁ ଖୋଲା ରହିବ । ଭୟଭୀତ ହୋଇ ଅଧିକ ସାମଗ୍ରୀ କିଣିବାର କୌଣସି ଆବଶ୍ୟକତା ନାହିଁ । ସତର୍କତା ଅବଲମ୍ବନ କଲେ ହିଁ ଭୂତାଣୁ ଠାରୁ ରକ୍ଷା ପାଇପାରିବା ।