ଡିସେମ୍ବର ସୁଦ୍ଧା ସାଟେଲାଇଟ୍‌ ଉତକ୍ଷେପଣ କରିବ ଇସ୍ରୋ !

40

କନକ ବ୍ୟୁରୋ : ଅଗଷ୍ଟ ୩୧ ଉତ୍‌କ୍ଷେପଣ ବିଫଳ ହେବା ପରେ ଇସ୍ରୋ ପୁନଶ୍ଚ ଡିସେମ୍ବର ସୁଦ୍ଧା ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବ । ଇସ୍ରୋ ଅଧ୍ୟକ୍ଷ ଏ ଏସ୍‌ କିରଣ କୁମାର କହିଛନ୍ତି ନଭେମ୍ବର କିଂବା ଡିସେମ୍ବର ମାସରେ ଆମେ ପୁଣି ଉତ୍‌କ୍ଷେପଣ କରିବୁ । ତାଙ୍କ ସହ ସ୍ୱର ମିଳାଇ ତିରୁବନନ୍ତପୁରମ୍‌ସ୍ଥିତ ବିକ୍ରମ ସରାଭାଇ ସ୍ପେସ୍‌ ସେଣ୍ଟର୍‌ର ନିର୍ଦେଶକ ଡକ୍ଟର୍‌ କେ ଶିବନ କହିଛନ୍ତି: ନଭେମ୍ବର କିଂବା ଡିସେମ୍ବର ମାସରେ କାର୍ଟୋସାଟ୍‌-୨ ରିମୋଟ୍‌ ସେନ୍‌ସିଙ୍ଗ୍‌ ସାଟେଲାଇଟ୍‌ କିଂବା ଆଇଆର୍‌ଏନ୍‌ଏସ୍‌ଏସ୍‌-୧ ରିପ୍ଲେସ୍‌ମେଣ୍ଟ୍‌ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବୁ । କିନ୍ତୁ, ଦୁଇଟିରୁ ସାଟେଲାଇଟ୍‌ରୁ କେଉଁ ଗୋଟିକୁ ପ୍ରଥମେ ଉତ୍‌କ୍ଷେପଣ କରାଯିବ ତାହା ନିଶ୍ଚିତ ହୋଇନାହିଁ । ଇସ୍ରୋ ସାଟେଲାଇଟ୍‌ କେନ୍ଦ୍ରର ଉପନିର୍ଦେଶକ ଏସ୍‌ ଭି ଶର୍ମା ଶନିବାର ଦିନ କହିଛନ୍ତି: ଦେଶରରେ ମହାକାଶ ଭିତ୍ତିକ ଗବେଷଣା ଏବଂ ବ୍ୟବହାର ବଢୁଥିବାରୁ ଆସନ୍ତା ୪ ବର୍ଷ ମଧ୍ୟରେ ୭୫ଟି ନୂତନ ସାଟେଲାଇଟ୍‌ ଆବଶ୍ୟକ ପଡ଼ିବ।