ଇସ୍ରୋର ମିଶନ ‘ସେଫ ଇଣ୍ଡିଆ’ : ପାକିସ୍ତାନ ଓ ଆତଙ୍କବାଦୀଙ୍କ ଉପରେ ରହିବ କଡ଼ା ନଜର 

811

କନକ ବ୍ୟୁରୋ : ଇସ୍ରୋର ମିଶନ ‘ସେଫ ଇଣ୍ଡିଆ’ । ଦେଶର ସୁରକ୍ଷା ଦିଗରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ର (ଇସ୍ରୋ) ସବୁବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । ଚଳିତ ବର୍ଷ ଆତଙ୍କବାଦୀଙ୍କ ଠାରୁ ଆରମ୍ଭ କରି ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଇସ୍ରୋର ଏକମାତ୍ର ମିଶନ ଉପରେ ଗୁରୁତ୍ୱ ଦେଉଛି । ଆଉ ତାହା ହେଲା ‘ସେଫ ଇଣ୍ଡିଆ’ ମିଶନ୍ । ଚଳିତ ବର୍ଷ ଇସ୍ରୋର ଫୋକସ ସାଟେଲାଇଟ ଉପରେ ରହିଛି ।

ଲଞ୍ଚ ହୋଇଥିବା ୩ଟି ଉପଗ୍ରହ : – 

ମାଇକ୍ରୋସାଟ-ଆର (MICROSAT-R)  – ଏହି ଉପଗ୍ରହ ୨୪ଫେବୃଆରୀ ୨୦୧୯ରେ ପିଏସଏଲଭି ସି -୪୪ ରକେଟରେ ଲଞ୍ଚ କରାଯାଇଥିଲା । ଏହାର ଭୂମିକା ହେଉଛି ଭାରତ ଭୂପୃଷ୍ଠର ଛବି ଉତ୍ତୋଳନ କରିବା । ଏହା ପୃଥିବୀରୁ ୨୭୪କିମିର ଉଚ୍ଚତା ଉପରେ ସନ-ସିଙ୍କୋନସ ପୋଲର ଆର୍ବିଟ ଚାରିପଟେ ଘୂରି ବୁଲୁଛି ।

ଏମିସାଟ (EMISAT)   – ଏହି ସାଟେଲାଇଟକୁ ୧ଏପ୍ରିଲ ୨୦୧୯ରେ ପିଏସଏଲବି-ସି ୪୫ରକେଟ ଦ୍ୱାରା ଲଞ୍ଚ କରାଯାଇଥିଲା । ଏହାର ଭୂମିକା ହେଉଛି ଇଲେକ୍ଟ୍ରୋମ୍ୟାଗନେଟିକ ସ୍ପେକ୍ଟ୍ରମ ଜରିଆରେ ଶତ୍ରୁର ବୈଦୁତିକ ଯନ୍ତ୍ରପାତି ଉପରେ ନଜର ରଖିବା । ୪୩୬କିଲୋଗ୍ରାମ ବିଶିଷ୍ଟ ଏହି ଉପଗ୍ରହ ୭୪୮କିମି ଉଚ୍ଚତାରୁ ସନ-ସିଙ୍କୋନଓ ପୋଲର ଅର୍ବିଟ ଚାରିପଟେ ଘୂରି ବୁଲୁଛି  ।

ରିସାଟ-୨ବି (RISAT-2B)   – ଏହି ସାଟେଲାଇଟକୁ ୨୨ମେ ୨୦୧୯ରେ ପିଏସଏଲବି-ସି ୪୬ ରକେଟ ସାହାଯ୍ୟରେ ଲଞ୍ଚ କରାଯାଇଥିଲା । ଏହାର ଭୂମିକା ହେଉଛି ରାଡାର ଆଧାରିତ ଚିତ୍ର ଉତ୍ତୋଳନ କରିବା । ଏହା ପୃଥିବୀ ଠାରୁ ୫୫୭କିଲୋମିଟର ଉପରେ ଭାରତ ଚାରିପଟେ ଘୁରି ବୁଲିବ । ଏହାର ଉପଯୋଗ କୃଷି, ଜଙ୍ଗଲ ପାଇଁ କରାଯିବ ।

ଚାରୋଟି ଉପଗ୍ରହ ଲଞ୍ଚ ହେବ –

କାର୍ଟୋସେଟ-୩ (CARTOSAT-3) – ଏହି ସାଟେଲାଇଟକୁ ୨୫ନଭେମ୍ବର ୨୦୧୯ ସକାଳ ୯.୨୮ସମୟରେ ପିଏସଏଲବି ସି -୪୭ ଏକ୍ସେଲ ରକେଟ ଦ୍ୱାରା ଲଞ୍ଚ କରାଯିବ । ଏହି ଉପଗ୍ରହ ପୃଥିବୀରୁ ୫୦୯କିଲୋମିଟରର ଉଚ୍ଚତା ଉପରେ ପୋଲର ଆର୍ବିଟ ଚାରିପଟେ ବୁଲିବ । ଏହାର କ୍ୟାମେରା ଦୁନିଆର ସବୁଠାରୁ ଶକ୍ତିଶାଳୀ ସାଟେଲାଇଟ କ୍ୟାମେରା ହେବ । ହାତରେ ଥିବା ଘଣ୍ଟାର ସମୟ ମଧ୍ୟ ଦେଖିପାରିବ ଏହି ସାଟେଲାଇଟ୍ ।

ଜିଆଇସେଟ -୧ ( GiSAT-1) – ଏହି ସାଟେଲାଇଟକୁ ଇସ୍ରୋ ପ୍ରଥମ ଥର ପାଇଁ ଲଞ୍ଚ କରିବ । ସମ୍ଭାବିତ ଲଞ୍ଚିଙ୍ଗ ଡିସେମ୍ବର ଶେଷରେ ହେବ । ଏହା ଦ୍ୱାରା ଦୁଇଟି ଉପଗ୍ରହ ଛଡାଯିବ । ଯାହା ଭାରତ ସୀମାର ଫଟୋ ଫତ୍ତୋଳନ କରିବ । ଗୋଟେ ସାଟେଲାଇଟର ବୟସ ଦଶ ବର୍ଷ ହେବ । ଏହାର ଓଜନ ୨୧୦୦ କିଲୋଗ୍ରାମ । ଏହାକୁ ଜିଏସଏଲବି ଏମକେ-୩ ରକେଟରେ ଲଞ୍ଚ କରାଯିବ । ଏହା ପ୍ରଥମ ରକ୍ଷା ଉପଗ୍ରହ ହେବ ଯାହା ଜିଓ ସ୍ଟେସନାରୀ ଆର୍ବିଟରେ ଗୋଟିଏ ଜାଗାରେ ସ୍ଥିର ରହି ଭାରତ ସୀମାର ସୁରକ୍ଷା ଉପରେ ଦୃଷ୍ଟି ଦେବ ।

ରିସାଟେ-୨, ବିଆର୧ ଓ ୨ (RiSAT-2BR1 &2BR2) – ଏହି ସାଟଲାଇଟ୍ ସମସ୍ତ ପରିସ୍ଥିତିରେ ପୃଥିବୀର ଫଟୋ ଉଠାଇବା ପାଇଁ ସକ୍ଷମ । ଏହି ଉପଗ୍ରହ ଜରିଆରେ ମହାକାଶରେ ଭୁପୃଷ୍ଠ ଉପରୁ ୩ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଫଟୋ ଉତ୍ତୋଳନ କରିପାରିବ । ଏହି ସିରିଜର ଉପଗ୍ରହକୁ ସୀମାର ସୁରକ୍ଷା ଏବଂ ଆତଙ୍କବାଦୀଙ୍କ ଦମନ କରିବା ପାଇଁ ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ବିକଶିତ କରାଯାଇଥିଲା ।