ଆଇଏସ୍ ମୁକ୍ତ ଇରାକ୍ ! ମୂଳୋତ୍ପାଟନ ପାଇଁ ଅପରେସନ ଜାରି
କନକ ବ୍ୟୁରୋ : ସମଗ୍ର ବିଶ୍ୱକୁ ଆତଙ୍କରେ ଥରହର କରିଥିବା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ (ଆଇଏସ୍) ଏବେ ଇରାକରୁ ମୂଳପୋଛ ହୋଇଯାଇଛି । ଇରାକରେ ଆଇଏସର ଶେଷଗଡ଼ କୁହାଯାଉଥିବା ଅଲ୍ କଇମ ଏବଂ ରାବାରୁ ଅଂଚଳରୁ ଏହାକୁ ହଟାଇବା ପାଇଁ ଇରାକ୍ ସେନାର ବଡ଼ ଧରଣର ଅଭିଯାନ ସଫଳ ହୋଇଛି । ଅଲ୍ କଇମ୍ର ଅଳ୍ପ କିଛି ଅଂଚଳକୁ ବାଦଦେଲେ ଆଇଏସ୍ ପ୍ରଭାବର ଚିହ୍ନବର୍ଣ୍ଣ ଆଉ କେଉଁଠି ନାହିଁ । ଅଲ୍ କଇମରୁ ଆଇଏସକୁ ମୂଳୋତ୍ପାଟନ କରିବା ପାଇଁ ଅପରେସନ ଜାରି ରହିଛି । ଇରାକୀ ସେନା ଟ୍ୟାଙ୍କ୍ ଓ ଅନ୍ୟ ଭାରୀ ଯୁଦ୍ଧାସ୍ତ୍ରରେ ଆକ୍ରମଣ କରିବା ପରେ ଆଇଏସ୍ ଯୋଦ୍ଧାଙ୍କ ପାଖରେ ମରିବା କିମ୍ବା ଆତ୍ମସମର୍ପଣ କରିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଇଏସର ଶେଷ ଗଡ଼ କୁହାଯାଉଥିବା ଅଲ କଇମ୍ର ୯୫ ପ୍ରତିଶତ ଅଂଚଳରୁ ଏହା ସତ୍ତା ହଜିଯାଇଛି । ସିରିୟା ସୀମାର ଏକ ନିର୍ଦ୍ଦଷ୍ଟ ଅଂଚଳକୁ ବାଦଦେଇ ସମଗ୍ର ଇରାକ୍କୁ ସଂପୂର୍ଣ୍ଣ ଆଇଏସ୍ ମୁକ୍ତ ଘୋଷଣା କରାଯାଇଛି । ୨୦୧୪ରେ ଉତ୍ତର ଇରାକ୍କୁ ଆଇଏସ୍ ନିଜ କବ୍ଜାରେ ରଖିଥିବା ବେଳେ ଆମେରିକା ନେତୃତ୍ୱରେ ମିଳିତ ସେନାର ସଫଳ ଆକ୍ରମଣ ଯୋଗୁଁ ଆଇଏସ୍ ଆତଙ୍କବାଦୀମାନେ ବହୁ ସଂଖ୍ୟାରେ ନିପାତ ହୋଇଥିଲେ ଏବଂ ଅନ୍ୟମାନେ ଛତ୍ରଭଂଗ ଦେଇ ପଳାଇଥିଲେ । ଇରାକ୍ରେ ଆଇଏସ୍ର ସମସ୍ତ କମାଣ୍ଡ ସେଣ୍ଟର, ତାଲିମ କେନ୍ଦ୍ର ଆଦି ଦେଢ଼ ବର୍ଷ ତଳୁ ନଷ୍ଟ କରିଦିଆଯାଇଛି ।