ଅଧିକ ଗାଧୋଇବା ପାଇଁ ପସନ୍ଦ କରୁଛନ୍ତି କି ? ସାବଧାନ . . . ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ . . .

47

ଚଳିତ ବର୍ଷ ଖରାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଦିନ ତମାମ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବା ବେଳେ ରାସ୍ତା ଶୂନଶାନ ହୋଇପଡ଼ୁଛି । ସକାଳ ୧୦ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଲୋକେ ଟାଣଖରାରେ ଘରୁ ବାହାରିବା ପାଇଁ ଇଚ୍ଛା କରୁନାହାନ୍ତି । ଅଘୋଷିତ କର୍ଫ୍ୟୁ ଭଳି ପରିସ୍ଥିତି ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି । ବ୍ୟବସାୟିକ କାରବାର ସଂପୂର୍ଣ୍ଣ ମାନ୍ଦା ପଡ଼ିଛି । ଦିନକୁ ଦିନ ତାପମାତ୍ରା ବଢିବା ସହ ବଢିଚାଲିଛି ଗରମ । ଆଉ ଏହି ଗରମରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ତରିକା ଆପଣାଇଥାନ୍ତି । ଆଉ ଏସବୁ ଭିତରେ ସବୁଠାରୁ ଭଲ ଉପାୟ ହେଉଛି ପାଣି । ଏକଥା ସତ ଯେ ପାଣିର ପ୍ରଭାବ ଯଦିଓ ବେଶୀ ସମୟ ରହେ ନାହିଁ ତେବେ ଗରମରୁ ରକ୍ଷା ପାଇବା ପାଇଁ ବାରମ୍ବାର ଗାଧୋଇବାକୁ ଭଲ ପାଆନ୍ତି ସମସ୍ତେ । ତେବେ ନିକଟରେ ଏକ ପରୀକ୍ଷଣରୁ ଜଣାପଡିଛି ଆବଶ୍ୟକତାଠାରୁ ଅଧିକ ଗାଧୋଇବା କିମ୍ବା ସଫା ସୁତୁରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

bathing in hot water

• ବାରମ୍ବାର ଗାଧୋଇଲେ ଶରୀରର ମାଇକ୍ରୋବାୟୋମ୍ ଉପରେ ପ୍ରଭାବ ପକାଇଥାଏ ।

• ଆବଶ୍ୟକତା ଠାରୁ ଅଧିକ ଗାଧୋଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା କମିବା ସହ ପାଚନ ପ୍ରକ୍ରିୟା ଉପରେ ପ୍ରଭାବ ପଡିଥାଏ ।

• ବିଶେଷଜ୍ଞଙ୍କ ମତ , ଆବଶ୍ୟକତା ଠାରୁ ଅଧିକ ଗାଧୋଇଲେ କିମ୍ବା ସଫା ସୁତୁରା ହେଲେ ଆମ ଶରୀରରେ ଥିବା ଲାଭଦାୟକ ବ୍ୟକ୍ଟେରିଆ ଓ ଭାଇରସ୍ ନଷ୍ଟ ହୋଇଯାଆନ୍ତି ।