ଇରାନର ଦାବି : ସାମରିକ ପ୍ରତିଷ୍ଠାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣରେ ୮୦ ଆମେରିକୀୟ ସୈନ୍ୟ ମୃତ

301

କନକ ବ୍ୟୁରୋ : ଆମେରିକା ଓ ଇରାନ ମଧ୍ୟରେ ଘନେଇଲା ଯୁଦ୍ଧ ପରିସ୍ଥିତି । ତୃତୀୟ ଥର ଆକ୍ରମଣ କରି ସୁଲେମାନୀ ହତ୍ୟାର ପ୍ରତିଶୋଧ ନେଲା ଇରାନ । ଇରାକ ସ୍ଥିତ ଆମେରିକୀୟ ସାମରିକ ଘାଟି ଉପରେ ଇରାନର ରକେଟ ମାଡରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ଇରାନ । ଏହି ଖବର ଆଜି ଇରାନର ପ୍ରମୁଖ ଗଣମାଧ୍ୟମରେ ପ୍ରସାରିତ ହେଉଛି । ମଙ୍ଗଳବାର ବିଳମ୍ବିତ ରାତିରେ ଇରାନ ସ୍ଥିତ ଆମେରିକା ସେନା କ୍ୟାମ୍ପ ଉପରେ ବାଲାଷ୍ଟିକ ମିସାଇଲ ମାଡ କରିଥିଲା ଇରାନ ।

ଇରାନର ମିଜାଇଲ ମାଡ ଦାବିକୁ ସ୍ୱୀକାର କରିଛନ୍ତି ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟୁଇଟ କରି କହିଛନ୍ତି କ୍ଷୟକ୍ଷତି ଆକଳନ ଚାଲିଛି । ଏବଂ ଆସନ୍ତାକାଲି ଆମେରିକା ବୟାନ ରଖିବ ବୋଲି ଟ୍ରମ୍ପ କହିଛନ୍ତି । ଶନିବାର ଇରାକର ବାଗଦାଦରେ ଇରାନ କୁଦୁସ ଫୋର୍ମ ମୁଖ୍ୟ କ୍ୱାସିମ ସୁଲେମାନୀଙ୍କ ସମେତ ୮ ଜଣଙ୍କୁ ହତ୍ୟା କରିଥିଲା ଆମେରିକା । ଏହାର ଜବାବ ଦିଆଯିବ ବୋଲି ଖୋଲାଖୋଲି ଘୋଷଣା କରିଥିଲା ଇରାନ । ଏପରିକି ମସିଜିଦ ଉପରେ ଲାଲ ପତାକା ଉଡାଇ ଯୁଦ୍ଧର ସଂକେତ ଦେଇଥିଲା ଇରାନ । ସେହିପରି ଆମେରିକା ପାଇଁ କଳା ଦିବସ ଆରମ୍ଭ ହୋଇଛି ବୋଲି କହିଥିଲେ ସୁଲେମାନୀଙ୍କ ଝିଅ ।