ୟୁକ୍ରେନ୍ ବିମାନ ଖସାଇଛି ଇରାନ୍ : ଭୁଲରେ ବିମାନକୁ କ୍ଷେପଣାସ୍ତ୍ର ମାରି ଖସାଇଥିବା କଥା ସ୍ୱୀକାର କଲା ଇରାନ୍

1,806

କନକ ବ୍ୟୁରୋ : ବିମାନ ଖସାଇଛି ଇରାନ୍  ।  ଶେଷର ସ୍ୱୀକାର କଲା ଇରାନ୍ । କ୍ଷେପଣାସ୍ତ୍ର ମାଡ଼ରେ ବିମାନ ଖସିଥିବା ସ୍ୱୀକାର କଲା ଇରାନ୍ ।  ତେହରାନରୁ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଥିବା ୟୁକ୍ରେନର ବିମାନକୁ ଇରାନ୍ ଗୁଳିମାଡ଼ କରି ଖସାଇଥିଲା । ଇରାନ୍ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ବୟାନ ଅନୁସାରେ ଇରାନ୍ ମିସାଇଲ ବିମାନକୁ ଭୁଲରେ ଗୁଳି କରିଥିଲା । ପୂର୍ବରୁ ବିମାନ ଖସାଇବା ଘଟଣାକୁ ଅସ୍ୱୀକାର କରୁଥିଲା ଇରାନ୍ । ଆମେରିକାକୁ ଟାର୍ଗେଟ କରୁ କରୁ ନିଜ ବିମାନକୁ ମିଜାଇଲ ମାଡ କରି ଖସାଇ ଦେଇଥିଲା ଇରାନ ।

ମାନବୀୟ ତ୍ରୁଟି ଯୋଗୁଁ ନିଜର ବିମାନକୁ ଗୁଳି କରି ଖସାଇଥିବା ସ୍ୱୀକାର କରିଛି ଇରାନ୍ । ବୋଇଙ୍ଗ ବିମାନରେ ମୋଟ ୧୭୬ ଜଣ ଲୋକ ସବାର ଥିଲେ । ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀ ପ୍ରାଣ ହରାଇଥିଲେ । ୟୁକ୍ରେନ୍ ଇଂଟନ୍ୟାସନାଲ ଏୟାରଲାଇନ୍ସର ବିମାନରେ ସେଦିନ ଇରାନର ୮୨, କାନାଡ଼ର ୬୩, ୟୁକ୍ରେନର ୧୧, ସ୍ୱୀଡ଼େନର ୧୦ , ଆଫଗାନିସ୍ତାନର . ଜର୍ମାନୀର ୩, ୟୁକେର ୩ ଜଣ ଲୋକ ଯାତ୍ରା କରୁଥିଲେ ।

ଗୁଇନ୍ଦା ସୂତ୍ରକୁ ଆଧାର କରି ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡା କହିଥିଲେ କି, ଇରାନ୍ ହିଁ କ୍ଷେପଣାସ୍ତ୍ର ମାରି ବିମାନଟିକୁ ଖସାଇ ଦେଇଛି। ଲଗାତାର ଏହି ଦୁର୍ଘଟଣାକୁ ନେଇ ଅସ୍ୱୀକାର କରିବା ପରେ ଆଜି ସତ ମାନିଲା ଇରାନ୍ । ୧୭୬ ଲୋକଙ୍କ ଜୀବନ ନେଲା ଇରାନ୍ । ‘ଅଜାଣତରେ ଇରାନର ସୈନିକମାନେ ୟୁକ୍ରେନୀୟ ଯାତ୍ରୀବାହୀ ବିମାନକୁ କ୍ଷେପଣାସ୍ତ୍ର ମାରି ଖସାଇ ଦେଇଥିବା କଥା ଶନିବାର ଦିନ ଇରାନ୍ ଘୋଷଣା କରିଛି ।  କମାଣ୍ଡର କାସମ ସୁଲମାନୀର ହତ୍ୟା ପରେ ପ୍ରତିଶୋଧର ନିଅାଁରେ ଜଳୁଥିବା ଇରାନର ଗୋଟିଏ ଭୁଲ ପାଇଁ ୧୭୬ ଜଣ ନିଷ୍ପାପ ଜୀବନ ଅକାଳରରେ ଝଡ଼ିପଡ଼ିଲା ।