ସାମାଜିକ ଦୂରତା ପାଇଁ ରାଜ୍ୟରେ ଆଇପିଏସଙ୍କ ଅଭିନବ ପଦକ୍ଷେପ : ଡିଜିଙ୍କ ଠାରୁ ଆରମ୍ଭ କରି ଏଡିଜି ଓ ଏସପି କମାଇଲେ ପିଏସଓ,କେବଳ ଆଇନଶୃଙ୍ଖଳା ଭଳି ଜରୁରୀ ପରିସ୍ଥିତିରେ ସାଙ୍ଗରେ ଯାଉଛନ୍ତି ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ

800

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଥିବାବେଳେ ରାଜ୍ୟର ଆଇପିଏସ ଅଧିକାରୀମାନଙ୍କ ଏକ ଅଭିନବ ପଦକ୍ଷେପକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀମାନେ ସେନାଙ୍କ ପଏସିଓ ବା ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ହଟାଇ ଦେଇଛନ୍ତି ଅଥବା କମାଇ ଦେଇଛନ୍ତି । କେବଳ ଆଇନ ଶୃଙ୍ଖଳା ଭଲି ଜରୁରୀ ପରିସ୍ଥିତିରେ ବରିଷ୍ଠ ପୋଲିସ ଅଧିକାରୀ ସେମାନଙ୍କ ପିଏସଓଙ୍କୁ ସାଙ୍ଗରେ ନେଇ ଯାଉଥିବା ଜଣାପଡିଛି ।

ପୋଲିସ ଡିଜି ଅଭୟଙ୍କଠାରୁ ଆରମ୍ଭ କରି କ୍ରାଇମବ୍ରାଂଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ଆଉଟ ଷ୍ଟେସନ ଗଲାବେଳେ ପିଏସଓଙ୍କୁ ସାଙ୍ଗରେ ନେବା କମାଇ ଦେଇଛନ୍ତି । ସାମାଜିକ ଦୂରତା ର କ୍ଷା କରିବା ଉଦ୍ଦେଶ୍ୟରେ ବରିଷ୍ଠ ପୋଲିସ ଅଧିକାରୀମାନେ ଏଭଳି ନିଷ୍ପତି କରିଛନ୍ତି । ଥାନାଗୁଡିକରେ ଓ ପୋଲିସ ଭ୍ୟାନରେ ମଧ୍ୟ ଏହିପରି ସାମାଜିକ ଦୂରତା ରକ୍ଷା କରିବାକୁ ପୋଲିସ ମୁଖ୍ୟାଳୟରୁ ନିର୍ଦ୍ଦେଶ ରହିଛି । ତେବେ ଏନେଇ ଆମେ କଟକ ଗ୍ରାମାଂଚଳ ଏସପି ରାଧାବିନୋଦ ପାଣିଗ୍ରାହୀଙ୍କ ସହ ଫୋନ ଯୋଗେ କଥା ହୋଇଥିଲୁ । ସେ ମଧ୍ୟ ପିଏସଓଙ୍କ ବ୍ୟବହାର କମାଇ ଦେଇଥିବା କଥା କହିଛନ୍ତି ।