ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତିଙ୍କ ବାସଭବନରେ ଇଡ଼ିର ଚଢ଼ାଉ !

11

କନକ ବ୍ୟୁରୋ : ଆଇଏନ୍ଏକ୍ସ ମିଡିଆ କଳାଟଙ୍କା ଧଳା କରାଯିବା ମାମଲରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ତରଫରୁ କାର୍ତ୍ତି ଚିଦାମ୍ବରମ୍‌ଙ୍କର ଦିଲ୍ଲୀ ଏବଂ ଚେନ୍ନାଇ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି । ଗୁରୁବାର ଦିନ, ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ତ୍ତିଙ୍କୁ ସାନି ସମନ୍ ଜାରି କରିଥିଲା । ପୂର୍ବରୁ ଗୁରୁବାର ଦିନ ତାଙ୍କୁ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବାକୁ କୁହାଯାଇଥିଲେ ମଧ୍ୟ ତାହାକୁ ସେ ଏଡ଼ାଇ ଯାଇଥିଲେ। ପୁଣି ଥରେ ତାଙ୍କୁ ଜାନୁଆରି ୧୬ ତାରିଖ ଦିନ ହାଜର ହେବାକୁ କୁହାଯାଇଛି । ଗତ ମେ ମାସରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ତାଙ୍କ ସହ ଅନ୍ୟକେତେ ଜଣକ ନାମରେ ମାମଲା ରୁଜୁ କରିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.