ଇନଟେକ୍ସ ଲଞ୍ଚ କଲା ଶସ୍ତା ୪ଜି ଫୋନ୍ ! ଜିଓଫୋନକୁ ମିଳିବ କଡ଼ା ଟକ୍କର

79

ସ୍ୱଦେଶୀ କମ୍ପାନୀ ଇନ୍‌ଟେକ୍ସ ନିଜର ପ୍ରଥମ ୪ଜି ଭୋଲ୍ଟ ଫିଚର ଫୋନ ଲଂଚ କରିଛି। ‘ନବରତ୍ନ’ ନାମକ ଏକ ନୂଆ ହ୍ୟାଣ୍ଡସେଟ୍ ସିରିଜ୍ ଲଞ୍ଚ କରାଯାଇଛି,ଯେଉଁ ଫୋନରେ ସାମିଲ ଅଛି ସ୍ମାର୍ଟ ଫିଚର । ଏହି ନୂଆ ହ୍ୟାଣ୍ଡସେଟର ମୋଟ ୯ଟି ଫୋନ କମ୍ପାନୀ ବଜାରକୁ ଛାଡ଼ିଛି । ଏଥିରେ ଗୋଟିଏ ୪ଜି ଭୋଲ୍ଟି ଫିଚର ଫୋନ ଥିବା ବେଳେ ବଳକା ୮ଟି ହ୍ୟାଣ୍ଡସେଟ୍ ୨ଜି ସପୋର୍ଟ କରୁଛି । ଏହି ନବରତ୍ନ ସିରିଜରେ ଫୋନର ମୂଲ୍ୟ ୭୦୦ଟଙ୍କାରୁ ଆରମ୍ଭ ହୋଇ ଏହାର ଟପ୍ ମଡ଼େଲ ୧,୫୦୦ଟଙ୍କା ପର୍ଯ୍ୟନ୍ତ ରହିଛି ।

ତେବେ ଏବେ ପର୍ଯ୍ୟନ୍ତ ୪ଜି ମଡ଼େଲର ମୂଲ୍ୟର ଘୋଷଣା ହୋଇନାହିିଁ । ନିକଟରେ ରିଲାଏନ୍ସ ଜିଓ ସବୁଠାରୁ ଶସ୍ତା ୪ଜି ଏଲଟିଇ ସପୋର୍ଟ କରୁଥିବା ସ୍ମାର୍ଟଫୋନ ଲଂଚ କରିଛି । ଏହାର ମୂଲ୍ୟ ୦ଟଙ୍କା ସ୍ଥିର କରାଯାଇଥିବା ବେଳେ ଏହାର ସୁରକ୍ଷା ଦୃଷ୍ଟିରୁ କମ୍ପାନୀ ୧.୫୦୦ଟଙ୍କା ଦେବାକୁ ସ୍ଥିର କରିଛି । ଇନଟେକ୍ସର ଏହି ହେଡ଼ସେଟ ଜିଓକୁ କଡ଼ା ଟକ୍କର ଦେବ ବୋଲି କୁହାଯାଇପାରେ । ମାତ୍ର ଜିଓ ଏହା ସହ ଡ଼ାଟା ଅଫର ଦେଉଥିବାରୁ ଏହାକୁ ଟକ୍କର ଦେବା ପାଇଁ ଅନ୍ୟ କମ୍ପାନୀମାନଙ୍କୁ ମଧ୍ୟ ଡ଼ାଟା ଅଫର ଦେବାକୁ ହେବ ।

ଇନଟେକ୍ସର ପ୍ରଡ଼କ୍ଟ ହେଡ଼ ଇଶିତା ବଂଶଲ ଏହାକୁ ଲଂଚ କରାଯିବା ସମୟରେ କହିଛନ୍ତି ଯେ, ୨୦ ବର୍ଷ ପୁରୁଣା କମ୍ପାନୀ ଇନଟେକ୍ସ ଗ୍ରାହକମାନଙ୍କର ଆବଶ୍ୟକତାକୁ ଭଲ ଭାବେ ବୁଝେ । ସେହିଭଳି ଭାବନାକୁ ଧ୍ୟାନରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି ।

ଇନଟେକ୍ସର ୪ଜି ଫିଚର ଫୋନର ବିଶେଷତା –

– ଏହି ଫୋନରେ ୨.୪ ଇଂଚର ବିଜିଏ ସ୍କ୍ରିନ ରହିବା ସହ ୨ହଜାର ଏମ୍‌ଏଏଚ୍‌ର ବ୍ୟାଟେରୀ ସୁବିଧା ରହିବ । ଏହାସହ ଫୋନରେ ୫୧୨ଏମବି ରାମ ରହିବ । ଏହା ସହ ଫୋନର ଇଣ୍ଟରନାଲ ମେମୋରୀ ୪ଜିବି ରହିବ । ଯାହାକୁ ଏସଡ଼ି କାର୍ଡ଼ ଦ୍ୱାରା ବଢ଼ାଯାଇ ୩୨ ଜିବି କରିହେବ ।

– ଏଥିରେ ପ୍ରାଥମିକ ଫଟୋ ଉଠାଇବା ପାଇଁ ୨ ମେଗା ପିକ୍ସେଲର କ୍ୟାମେରା ଦିଆଯାଇଛି । ଏପରିକି ସେଲ୍ଫି ନେବା ପାଇଁ ବିଜିଏ କ୍ୟାମେରା ମଧ୍ୟ ଦିଆଯାଇଛି । ଏହି ଫୋନରେ ଡ଼ୁଆଲ କୋର ପ୍ରସେସର ଲଗାଯାଇଛି ।

–  ଏହି ଫୋନର ବ୍ୟାଟେରୀ କ୍ଷମତା ରହିଛି ୧୪୦୦ଏମଏଏଚ୍ ଓ ଏଥିରେ ଓୱାରଲେସ ଏଫଏମ୍ ସୁବିଧା ମଧ୍ୟ ରହିଛି ।