ଯୋଗଦିବସ ପାଳନ ଭିତରେ ହରିୟାଣାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଯୋଗ ଅଭ୍ୟାସରେ ଯୋଗ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ହରିୟାଣା ସରକାର ଯୋଗ ଦିବସ ପାଇଁ ଖାସ୍ ବ୍ୟବସ୍ଥା ବି କରିଥିଲେ । ତେବେ ଯୋଗାସନ ସରିବା ପରେ ଦେଖିବାକୁ ଏପରି ଲଜ୍ଜାଜନକ ଘଟଣା ଘଟିଛି, ଯାହା ଚିନ୍ତାଜନକ । ଯୋଗ କରିବାକୁ ଆସିଥିବା ଲୋକେ ଯୋଗ ମ୍ୟାଟ ଲୁଟି ନେଇଛନ୍ତି । ଯୋଗ ଅଭ୍ୟାସରେ ସାମିଲ ହୋଇ ମନ୍ତ୍ରୀ ଫେରିଯିବାପରେ ଆରମ୍ଭ ହେଲା ଲୁଟ୍ । ଲୋକଙ୍କ ମଧ୍ୟରେ ଯୋଗ ମ୍ୟାଚ୍ ଲୁଟିବା ପାଇଁ ଯେମିତି ଏକ ପ୍ରକାରର ପ୍ରତିଯୋଗୀତା ଦେଖିବାକୁ ମିଳିଥିଲା ।

Advertisment

ହରିୟାଣା ରୋହତକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଯୋଗ କାର୍ଯ୍ୟକ୍ରମ ଶେଷ ହେବା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରିକି ଯୋଗ ମ୍ୟାଟ ନେବା ପାଇଁ ଲୋକଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା । ଆୟୋଜକଙ୍କ ନଜରକୁ ଏହା ଆସିବା ପରେ ସେ ଏହାକୁ ରୋକିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତା ପରେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ରୋହତକରେ ପାଖାପାଖି ହଜାରେ ଲୋକଙ୍କ ପାଇଁ ମ୍ୟାଟ ବିଛାଯାଇଥିଲା । କିନ୍ତୁ ଯୋଗ କାର୍ଯ୍ୟକ୍ରମ ସରିବା ପରେ ମ୍ୟାଟ ନେବା ପାଇଁ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।