ଯବାନଙ୍କ ପାଇଁ ଗାତ ଖୋଳିଥିଲେ ହେଲେ ନିଜେ ଗାତରେ ପଡ଼ିଲେ ଦୁର୍ଦ୍ଦାନ୍ତ ନକ୍ସଲ : ଘଞ୍ଚ ଜଙ୍ଗଲ ଭିତରେ ଭରା ନଇ ପାର ହୋଇ ହସ୍ପିଟାଲରେ ଭର୍ତ୍ତି କଲେ ଯବାନ

Advertisment
ଯବାନଙ୍କ ପାଇଁ ଗାତ ଖୋଳିଥିଲେ ହେଲେ ନିଜେ ଗାତରେ ପଡ଼ିଲେ ଦୁର୍ଦ୍ଦାନ୍ତ ନକ୍ସଲ : ଘଞ୍ଚ ଜଙ୍ଗଲ ଭିତରେ ଭରା ନଇ ପାର ହୋଇ ହସ୍ପିଟାଲରେ ଭର୍ତ୍ତି କଲେ ଯବାନ

କନକ ବ୍ୟୁରୋ : ଯବାନଙ୍କ ପାଇଁ ଗାତ ଖୋଳିଥିଲେ ନିଜେ ଗାତରେ ପଡ଼ିଲେ । ସୁରକ୍ଷା କର୍ମୀଙ୍କ ପାଇଁ ନିଜେ ଖୋଳିଥିବା ଏକ ଗାତରେ ଖସିପଡ଼ିଲା ଦୁର୍ଦ୍ଦାନ୍ତ ନକ୍ସଲ ମଡକମ ଭୀମା । ସହାୟତା ବଦଳରେ ସାଥୀ ନକ୍ସଲ ବି ତାକୁ ଛାଡ଼ି ଚାଲିଗଲେ । ବହୁ କଷ୍ଟରେ ଗାତରୁ ବାହାରିଥିବା ଏହି ନକ୍ସଲକୁ ସୁରକ୍ଷା ଯବାନ ମାନବିକତା ଦେଖାଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଏହିଭଳି ଏକ ଦୃଶ୍ୟ ସୀମାନ୍ତ ଛତିଶଗଡରେ ଚର୍ଚ୍ଚାର ବିଷୟ ପାଲଟିଛି ।

publive-image

କିଛିଦିନ ତଳେ ଦୁର୍ଦାନ୍ତ ନକ୍ସଲ ମଡକମ ଭୀମା ‌କେତେଜଣ ସାଥୀଙ୍କୁ ନେଇ ସୁକ୍‌ମା-ଦନ୍ତେୱାଡା ସୀମା ଜଙ୍ଗଲରେ ପଶିଥିଲା । ଘନଘନ ଚଢ଼ଉ କରିଥିବା ଯବାନଙ୍କୁ ପ୍ରତିହତ କରିବାକୁ ଏକାଧିକ ଗାତ ଖୋଳିଥିଲା । ସେଥିରେ ଲୁହା କଣ୍ଟା ଲଗାଇଥିଲା ।  ଥରେ ଏହି ଗାତ (ସ୍ପାଇକ୍ ହୋଲ)ରେ ପଡ଼ିଲେ ବାହାରିବା କଷ୍ଟ। ଅପରେସନ୍‌ରେ ବାହାରିଥିବା ଯବାନଙ୍କ ଗତିକୁ କମାଇବା ସହ ଅତର୍କିତ ଆକ୍ରମଣ ପାଇଁ ଏହା ନକ୍ସଲଙ୍କ ବହୁଦିନର ରଣନୀତି।  ତେବେ ଗାତ ଖୋଳି ଲୁହା କଣ୍ଟା ଲଗାଇବା ସମୟରେ ନିଜେ ଭୀମା ଗୋଟିଏ ଗାତରେ ପଡ଼ି ଯାଇଥିଲା । ଲୁହା କଣ୍ଟା ଶରୀରରେ ଗଳି ଯିବାରୁ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରିଥିଲା । ଆଖପାଖରେ ଥିବା ସାଥୀ ନକ୍ସଲ ଡାକ ଶୁଣି ପହଞ୍ଚିଥିଲେ ମଧ୍ୟ ଭୀମାକୁ ଉଦ୍ଧାର କରି ନଥିଲେ । ବରଂ, ମରିବା ପାଇଁ ଗାତରେ ଛାଡ଼ି ଦେଇ ସେଠାରୁ ଚାଲି ଯାଇଥିଲେ । ବହୁ କଷ୍ଟରେ ଭୀମା ଗାତରୁ ନିଜକୁ ବାହାର କରିଥିଲା। ଘୋଷାରି ହୋଇ ନିକଟସ୍ଥ ଗୋଟିଏ ଗାଁରେ ପହଞ୍ଚିଥିଲା । ସେଠାରେ ରହି ପାରମ୍ପରିକ ଦେଶୀ ଔଷଧରେ ଚିକିତ୍ସିତ ହେଉଥିଲା ।

publive-image

ନାଗଲଗୁଣ୍ଡା ଅଞ୍ଚଳକୁ କମ୍ବିଂ ଅପରେସନ୍‌ରେ ଯାଇଥିବା ଡିଆରଜି ଯବାନ କୌଣସି ସୂତ୍ରରୁ ସୂଚନା ଏ ସମ୍ପର୍କରେ ସୂଚନା ପାଇଥିଲେ । ବିଳମ୍ବ ନକରି ଭୀମା ରହିଥିବା ଗାଁକୁ ଯାଇଥିଲେ। ଆହତ ଭୀମାକୁ ଗୋଟିଏ ଖଟିଆରେ ଭାର କରି ମେଡିକାଲ ଅଭିମୁଖେ ବାହାରିଥିଲେ। ଏଥିପାଇଁ ଯବାନଙ୍କୁ ଅନେକ କଷ୍ଟ ସ୍ବୀକାର କରିବାକୁ ପଡ଼ିଥିଲା । ଘଞ୍ଚ ଜଙ୍ଗଲରେ ପ୍ରତି ପାଦରେ ରହିଥିବା ବିପଦକୁ ପ୍ରଥମେ ପାର ହୋଇଥିଲେ । ଏହାପରେ ଭରା ନଈରେ ପଶିବାକୁ ପଡ଼ିଥିଲା । ଶେଷରେ ଦନ୍ତେୱାଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ନକ୍ସଲଙ୍କୁ ଚିକିତ୍ସା ପାଇଁ ଭର୍ତି କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe