ଲଦାଖ ସୀମାରେ ରାଫେଲ୍‌ ଫାଇଟର ଜେଟ ମୁତୟନ କରିବ ଭାରତୀୟ ବାୟୁସେନା । ସାମରିକ ଶକ୍ତିକୁ ମଜବୁତ କରିବା ପାଇଁ ପଦକ୍ଷେପ । ଜୁଲାଇ ୨୭ରେ ଅମ୍ବାଲା ଏୟାରବେସରେ ପହଂଚିବ ୬ଟି ରାଫେଲ୍‌ ଜେଟ

266

କନକ ବ୍ୟୁରୋ : ଲଦାଖ ସୀମାରେ ସାମରିକ ଶକ୍ତିକୁ ଅଧିକ ସୁଦୃଢ କରିବା ପାଇଁ ରାଫେଲ୍‌ ଫାଇଟର ଜେଟକୁ ମୁତୟନ କରିବ ଭାରତୀୟ ବାୟୁସେନା । ସୀମାରେ ଭାରତ ଓ ଚାଇନା ମଧ୍ୟରେ କିିଛିଦିନ ଧରି ବିବାଦ ଉଗ୍ରରୁପ ନେଇଥିଲା । ଗଲୱାନ ଗଣ୍ଡଗୋଳ ପରେ ଦୁଇଦେଶ ମଧ୍ୟରେ ବେଶ କିଛି ଦିନ ଧରି ବିବାଦ ଲାଗିରହିଥିଲା । ଏପରି ସମୟରେ ଭାରତ ସୀମାରେ ତାର ସାମରିକ ଶକ୍ତିକୁ ଅଧିକ ମଜବୁତ କରିବା ପାଇଁ ଏପରି ପଦକ୍ଷେପ ନେଉଥିବା ଚର୍ଚ୍ଚା ହେଉଛି । ଏହି ସପ୍ତାହରେ ଭାରତୀୟ ବାୟୁସେନାର କମାଣ୍ଡରମାନଙ୍କ ବୈଠକ ବସିବାକୁ ଯାଉଛି । ଏହା ପୂର୍ବରୁ ଭାରତୀୟ ବାୟୁ ସେନା ଏପରି ଚିନ୍ତା କରିଛି । ଏହାରି ମଧ୍ୟରେ ରାଫେଲର ତୁରନ୍ତ ଡେଲିଭରି ପାଇଁ ବାୟୁସେନା ପକ୍ଷରୁ ଫ୍ରାନ୍ସକୁ ମଧ୍ୟ ଅନୁରୋଧ କରାଯାଇଛି ।

ଜୁଲାଇ ୨୭ ତାରିଖରେ ଅମ୍ବାଲା ଏୟାରବେସରେ ୬ଟି ରାଫେଲ୍‌ ଜେଟ ଆସିବାର ସମ୍ଭାବନା ରହିଛି । ରାଫେଲ୍‌କୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଚାହୁଁଛି ବାୟୁସେନା । ଏଥିପାଇଁ ଫ୍ରାନ୍ସରେ ପ୍ରଶିକ୍ଷଣ ମଧ୍ୟ ସରିଛି । ରାଫେଲ ଆସିଯିବା ପରେ ଏହାକୁ ଦରକାର ଥିବା ଯେକୌଣସି ସ୍ଥାନରେ ମୁତୟନ କରାଯାଇପାରେ ଏପରିକି ଲାଦାଖରେ ମଧ୍ୟ ଏହାକୁ ମୁତୟନ କରାଯିବାର ସମ୍ଭାବନା ରହିଥିବା ସୁତ୍ରରୁ ଜଣାପଡିଛି । ୨୦୧୬ ମସିହାରେ ଭାରତ ଫ୍ରାନ୍ସ ଠାରୁ ୩୬ଟି ରାଫେଲ୍‌ ଜେଟ ଆଣିବା ପାଇଁ ୫୯ହଜାର କୋଟି ଟଙ୍କାର ଚୁକ୍ତି କରିଥିଲା ।