ଟିକଟକକୁ ନେଇ ଆସିଲା ବଡ ଖବର । ଭାରତରେ ବ୍ୟାନ୍ ହେବା ପରେ ବେଜିଂ ଠାରୁ ଦୂରେଇ ଯିବାକୁ ଚାହୁଁଛି ସଂସ୍ଥା । ବିଶ୍ୱ ସ୍ତରରେ ଚାହିଦାକୁ ଦେଖି ବଡ ନିଷ୍ପତ୍ତି କରିପାରେ ମୂଳ କମ୍ପାନୀ ବାଇଟ୍ ଡାନ୍ସ । ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ସୂତ୍ରରୁ ସୂଚନା

1,258

କନକ ବ୍ୟୁରା : ଭାରତରେ ବ୍ୟାନ ହେବା ପରେ ବେଜିଂଠାରୁ ଦୂରେଇ ଯିବାକୁ ଚାହୁଁଛି ସୋସିଆଲ ମିଡିଆ ଟିକଟକ୍ । ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଟିକଟକ ସମେତ ୫୯ଟି ଚାଇନା ଆପକୁ ବ୍ୟାନ କରିଦେଇଛନ୍ତି ଭାରତ ସରକାର । ହେଲେ ଭାରତରେ ଏହି ସର୍ଟ ଭିଡିଓ ଆପର ପ୍ରବଳ ଚାହିଦା ଥିବାରୁ ଏବେ ଚୀନଠାରୁ ନିଜକୁ ଦୂରେଇ ନେବାପାଇଁ ଚାହୁଁଛି ସଂସ୍ଥା । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଚୀନ କମ୍ପାନି ବାଇଟ ଡ୍ୟାନ୍ସ୍ସ ମାଲିକାନାରେ ଟିକଟକ୍ ରହିଥିଲେ ମଧ୍ୟ ଚୀନରେ ଏହାର ବ୍ୟବହାର ନାହିଁ ।

ତେଣୁ ବିଶ୍ୱବ୍ୟାପୀ ଚାହିଦାକୁ ଦେଖି ଏବେ ଚୀନଠାରୁ ନିଜକୁ ଦୂରେଇ ନେବାକୁ ଚାହୁଁଛି ଟିକଟକ । ୨୦୧୭ରେ ଭରତରେ ଲଂଚ ହେବାପରେ ୧ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଥିଲା । ଏହି ମୋବାଇଲ ଆପ୍ଲିକେସନରେ ଥିବା ବିଭିନ୍ନ ଫିଚର ବ୍ୟବହାରକାରୀଙ୍କୁ ବେଶ ପସନ୍ଦ ଆସିବା ସହ ଲୋକପ୍ରିୟ ହୋଇପାରିଥିଲା । ଟକଟକ ଉପରେ ପ୍ରତିବନ୍ଧକ ଲାଗିଲାବେଳେ କମ୍ପାନି ପକ୍ଷରୁ ସଫେଇ ଦିଆଯାଇଥିଲା ଯେ, ଏହା ଉପଭୋକ୍ତାଙ୍କ ତଥ୍ୟ ଚୀନକୁ ଦିଏନାହିଁ । କମ୍ପାନିର ସରଭର ସିଙ୍ଗାପୁରରେ ରହିଛି । ତଥାପି ବ୍ୟାନ ଘୋଷଣା ହେବାସହ କମ୍ପାନିକୁ ସଫେଇ ରଖିବା ପାଇଁ କୁହାଯାଇଛି ।

ସମ୍ବାଦ ସରବରାହ ସଂସ୍ଥା ରଏଟର୍ସର ସୂଚନା ଅନୁସାରେ ଆଗାମୀ ସପ୍ତାହରେ ସରକାରଙ୍କ ସହ ଆଲୋଚନା କରିବା କମ୍ପାନି । ହେଲେ ଏବେ ବ୍ୟାନ ହଟିବାର ସମ୍ଭାବନା କମ୍ ରହିଛି । ଟିକଟକର ଚାହିଦା ଭାରତ ପରେ ଆମେରିକାରେ ସର୍ବାଧିକ ରହିଛି । ଯେଉଁମାନେ ଚୀନର ଘୋର ବିରୋଧୀ ।