ସୂର୍ଯ୍ୟପରାଗ ଓ ମହାମାରୀ କରୋନା ମଧ୍ୟରେ ସମ୍ମନ୍ଧ କ’ଣ ? କରୋନା କବଳରୁ ରକ୍ଷା କରିବ ସୂର୍ଯ୍ୟପରାଗ ? ୨୧ ଜୁନ ପରେ ଶେଷ ହେବ କରୋନା ! ଦାବି କଲେ ଭାରତୀୟ ବୈଜ୍ଞାନିକ . . .

1,936

କନକ ବ୍ୟୁରୋ : ସାରା ବିଶ୍ୱ କରୋନା ମହାମାରୀ ସହ ଲଢ଼େଇ କରୁଥିବା ବେଳେ ଅଦୃଶ୍ୟ ଭାଇରସକୁ ସୂର୍ଯ୍ୟପରାଗ ସହ ଯୋଡ଼ାଯାଇଛି । ଚେନ୍ନାଇର ଜଣେ ବୈଜ୍ଞାନିକ କରୋନା ଭାଇରସ୍ ଓ ସୂର୍ଯ୍ୟପରାଗ ମଧ୍ୟରେ ସମ୍ପର୍କ ଥିବା ଦାବି କରିଛନ୍ତି ।

ମହାମାରୀ କରୋନାର ପ୍ରକୋପ ଓ ସୂର୍ଯ୍ୟପରାଗର ସିଧାସଳଖ ସମ୍ବନ୍ଧ ରହିଛି । ୨୬ ଡିସେମ୍ବର, ୨୦୧୯ ରୁ ୨୧ ଜୁନ୍ ୨୦୧୨୦ । ବୈଜ୍ଞାନିକ ଡଃ କେଏଲ କୃଷ୍ଣାଙ୍କ ଅନୁସାରେ ସୂର୍ଯ୍ୟପରାଗରୁ ଆରମ୍ଭ ହୋଇଥିଲା ଭାଇରସରେ ସୂର୍ଯ୍ୟପରାଗରେ ହିଁ ଶେଷ ହେବ । ଆସନ୍ତା ଜୁନରେ ହେବାକୁ ଥିବା ସୂର୍ଯ୍ୟଗ୍ରହଣ ଦିନ କରୋନା ଭାଇରସରର ଅନ୍ତ ।

୨୬ ଡିସେମ୍ବରର ସୂର୍ଯ୍ୟପରାଗ ପରେ ସୌରମଣ୍ଡଳରେ ଗ୍ରହଙ୍କ ଅପରିବର୍ତ୍ତିତ ଗତିପଥ ଯୋଗୁଁ ଉତ୍ପନ୍ନ ହୋଇଥିଲା ବିଶ୍ୱକୁ ସଙ୍କଟରେ ପକାଇଥିବା କରୋନା । ସୌରମଣ୍ଡଳରେ ଗ୍ରହ ଗୁଡ଼ିକ ମଧ୍ୟରେ ହୋଇଥିବା ପରିବର୍ତ୍ତନ କାରଣରୁ କରୋନା ଭାଇରସ ସଂକ୍ରମିତ ହେବାରେ ଉପଯୁକ୍ତ ବାତାରବଣ ସୃ୍ଷ୍ଟି ହେଲା ।
ଡଃ କେଏଲ କୃଷ୍ଣା ଦାବି କରିଛନ୍ତି, ୨୧ ଜୁନ୍ ସୂର୍ଯ୍ୟପରାଗ ଏହି ଭାଇସର ପ୍ରାକୃତିକ ଉପଚାର ଭାବେ ଉଭା ହେବ । ସୂର୍ଯ୍ୟ ହିଁ ଭାଇରସରୁ ମୁକ୍ତି ଦେଇପାରିବେ । ସୂର୍ଯ୍ୟ କିରଣ ଓ ସୂର୍ଯ୍ୟପରାଗ ଭାଇରସକୁ ଅନ୍ତ କରିବାରେ ପ୍ରାକୃତିକ ଔଷଧ ସାବ୍ୟସ୍ତ ହେବ । ଆଗାମୀ ସୂର୍ଯ୍ୟପରାଗ କରୋନାକୁ ନିଷ୍କ୍ରିୟ କରିପାରେ ବୋଲି କହିଛନ୍ତି ବୈଜ୍ଞାନିକ ।

ତେବେ ବୈଜ୍ଞାନିକ ଏହି ଦାବିରେ କେତେ ସତ୍ୟତା ଅଛି ତାହା ସ୍ପଷ୍ଟ ହୋଇନି । ସୂର୍ଯ୍ୟପରାଗ ସତରେ କରୋନା ଭାଇରସକୁ ନିଷ୍କ୍ରିୟ କରିବ କି ନାହିଁ , ସେକଥା ସମୟ କହିବ ।