ଟ୍ରେନ ବିଳମ୍ବରେ ଆସିଲେ ଯାତ୍ରୀଙ୍କୁ ମିଳିବ ମାଗଣା ପାଣିବୋଟଲ ! ରେଳ ମନ୍ତ୍ରାଳୟର ନିର୍ଦ୍ଦେଶ

44

ଭାରତୀୟ ରେଳବାଇ ନିୟମିତ ବ୍ୟବଧାରେ ଯାତ୍ରୀଙ୍କ ସୁବିଧା ପାଇଁ କିଛି ନା କିଛି ପରିବର୍ତ୍ତନ କରୁଛି । କିମ୍ବା ନୂତନ ସୁବିଧା ଉପଲବ୍ଧ କରାଉଛି । ନିକଟରେ ଭାରତୀୟ ରେଳବାଇ ଏପରି ନିଷ୍ପତି ନେଇଛି ଯଦ୍ୱାରା ଯାତ୍ରୀ ଉପକୃତ ହେବେ ।

ରେଳଯାତ୍ରା ସମୟରେ ମିଳିବ ମାଗଣା ପାଣି ବୋଟଲ । ଯାତ୍ରା ସମୟରେ ଆପଣଙ୍କ ଟ୍ରେନ ଯଦି ବିଳମ୍ବରେ ପହଞ୍ଚେ, ତେବେ ରେଳବାଇ ଆପଣଙ୍କୁ ମାଗଣାରେ ଏକ ପାଣି ବୋଟଲ ଉପଲବ୍ଧ କରାଇବ । ଏହାସହ ସବୁ ଯାତ୍ରୀଙ୍କୁ ଖବରକାଗଜ ମଧ୍ୟ ଉପଲବ୍ଧ କରାଯିବ । ପାଣି ବୋଟଲ ସହ ଡିସପୋଜାଲ ଗ୍ଲାସ ମଧ୍ୟ ଉପଲବ୍ଧ କରାଯିବ । ତେବେ ପ୍ରିମିୟମ ଟ୍ରେନ ଗୁଡ଼ିକ ପାଇଁ ହିଁ ରେଳ ମନ୍ତ୍ରାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ରାଜଧାନୀ, ଦୁରନ୍ତୋ ଓ ଶତାବ୍ଦୀ ଟ୍ରେନ ୨ ଘଂଟାରୁ ଅଧିକ ବିଳମ୍ବ ହେଲେ, ଯାତ୍ରୀଙ୍କୁ ଏକ ଲିଟର ଲେଖାଏଁ ପାଣି ବୋଟଲ ମାଗଣାରେ ମିଳିବ । ଏବଂ ସବୁଯାତ୍ରୀ ମାନେ ଏହି ସୁବିଧା ପାଇପାରିବେ ବୋଲି ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ଏହା ବ୍ୟତୀତ ୨୦ ଘଂଟା ପର୍ଯ୍ୟନ୍ତ ଟ୍ରେନ ଚାଲିଲେ, ଏକ ଲିଟର ପାଣି ବୋଟଲ ଓ ଖବରକାଗଜ ପ୍ରତ୍ୟେକ ସିଟର ଯାତ୍ରୀଙ୍କୁ ଦିଆଯିବ ।

ସୂଚନାଯୋଗ୍ୟ ପ୍ରିମିୟମ୍ ଟ୍ରେନ ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ମାତ୍ରେ ପିଇବା ପାଇଁ ଏକ ଲିଟର ବାଣି ବୋଟଲ ମାଗଣାରେ ଦିଆଯିବ । ରେଳମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛଝି, ଯଦି ରେଳବାଇର ପାଣି ଉପଲବ୍ଧ ପାହିଁ ତେବେ ଅନ୍ୟ କମ୍ପାନୀ ଯୁକ୍ତ ପାଣି ଯୋଗାଇ ଦିଆଯିବ । ଏହା ବ୍ୟତୀତ ପାଣି ଓ ଖବର କାଗଜ ଦେବାରେ କୌଣସି ଅସୁବିଧା ହେଲେ ଯାତ୍ରୀଙ୍କୁ ତା’ର ଉଚିତ ମୂଲ୍ୟ ପ୍ରଦାନ କରାଯିବ ।