‘ଫୋନି’ ମୁକାବିଲା ପାଇଁ ନୌସେନା ପ୍ରସ୍ତୁତ ! ଖାଦ୍ୟ, ପାନୀୟ ଜଳ, ଡାକ୍ତରୀ ଟିମ ସହ ଚେନ୍ନାଇରୁ ବାହାରିଲା ୪ଟି ଜାହାଜ 

415

କନକ ବ୍ୟୁରୋ : ସାମୁଦ୍ରିକ ବାତ୍ୟା ଫୋନି ପାଇଁ ନୌସେନା ପଠାଇଲା ୪ଟି ଜାହାଜ । ଫୋନି ପାଇଁ ନୌସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ନୌସେନା ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ମୁକାବିଲା ପାଇଁ ଭାରତୀୟ ନୌସେନା ଚେନ୍ନାଇରୁ ୪ଟି ଜାହାଜ ବାହାର କରିଛି । ଖାଦ୍ୟ, ପାନୀୟ ଜଳ, ଡାକ୍ତରୀ ଟିମ ସହ ୪ଟି ଜାହାଜ ବାହାରିଛି । ରେସ୍କ୍ୟୁ ଓ ରିଲିଫ ପାଇଁ ଟିମ୍ ପୁରା ପ୍ରସ୍ତୁତ ବୋଲି କହିଛି ଭାରତୀୟ ନୌସେନା । ବାତ୍ୟା ଫୋନି ଲ୍ୟାଣ୍ଡଫଲ କରିବା ପରେ, ଯେଉଁଠି ସାହାଯ୍ୟ ଆବଶ୍ୟକ ହେବ ସେଠାରେ ପହଞ୍ଚିବ । ବାତ୍ୟା ଫୋନି ପାଇଁ ପ୍ରଭାବିତ ସମସ୍ତ ରାଜ୍ୟ ଗୁଡ଼ିକୁ ଆବଶ୍ୟକ ସ୍ଥଳେ ସାହାଯ୍ୟ କରିବ ନୌସେନାର ଜାହାଜ ।

ସେପଟେ ଓଡ଼ିଶାର ପୁରୀକୁ ପାଖେଇ ପାଖେଇ ଆସୁଛି ସାମୁଦ୍ରିକ ବାତ୍ୟା ଫୋନି । ସମୟ ଗଡ଼ିବା ସଙ୍ଗେ ସଙ୍ଗେ ପୁରୀର ଆହୁରି ନିକଟତର ହେଲା ବାତ୍ୟା ଫୋନି । ପୁରୀ ଠାରୁ ବର୍ତ୍ତମାନ ସମୟରେ ୩୩୦ କିମି ଦୂରରେ ରହିଛି ବାତ୍ୟା । ଅନ୍ୟପଟେ ବିଶାଖାପାଟଣା ଠାରୁ ୧୮୦ କିମି ଦୂରରେ ରହିଛି ବାତ୍ୟାର ଅବସ୍ଥିତି । ତେବେ ଆସନ୍ତାକାଲି ୧୦ଟାରୁ ୧୨ ଟା ଭିତରେ ଫନି ଲ୍ୟାଣ୍ଡଫଲ କରିବ ବୋଲି । ଆଉ ଏହି ସମୟରେ ଘଂଟା ପ୍ରତି ସର୍ବାଧିକ ୨୧୦ କିମି ବେଗରେ ପବନ ବହିବ ବୋଲି ଆଶଙ୍କା କରାଯାଉଛି । ପୂର୍ବରୁ ୨୦୦ କିମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ ହେଉଥିଲା । ତେବେ ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି ।