କନକ ବ୍ୟୁରୋ : ସୋସିଆଲ ମିଡ଼ିଆର ବ୍ୟବହାର କରିବେନି ଯବାନ୍ । ସ୍ମାର୍ଟଫୋନ୍ ବ୍ୟବହାର ଉପରେ ରୋକ ଲଗାଇଲା ନୌସେନା । କେବଳ ଏତିକି ନୁହେଁ ଜାହାଜ ଓ ଏୟାରବେସକୁ ସ୍ମାର୍ଟଫୋନ୍ ନେଇପାରିବେ ନାହିଁ କୌଣସି ଅଧିକାରୀ । ଭାରତୀୟ ସେନାର ବୃଦ୍ଧି ପାଉଥିବା ଶକ୍ତିକୁ ଦେଖି ଶତ୍ରୁଦେଶ ଥରହର ହେଉଛନ୍ତି । ଆଉ ଏଥିପାଇଁ ହନିଟ୍ରାପର ସାହାରା ନେଇ ନୌସେନା ସହ ଜଡ଼ିତ ବିଶ୍ୱସ୍ତ ସୂଚାନ ହସ୍ତଗତ କରିବା ପାଇଁ ଚେଷ୍ଟା କରନ୍ତି । ଆଉ ଏତଇପାଇଁ ସୋସିଆଲ ମିଡ଼ିଆର ବ୍ୟବହାର ଉପରେ ରୋକ୍ ଲଗାଯାଇଛି । କାରଣ ଗତ କିଛି ଦିନ ଭିତରେ ସାତ ଜଣ ଭାରତୀୟ ଯବାନଙ୍କୁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ କରାଯାଇଛି ।

Advertisment

ହନିଟ୍ରାପ୍ ମାଧ୍ୟମରେ ଫସିଥିଲେ ଯବାନ । ଅନେକ ଖୋଳତାଡ଼ କରିବା ପରେ ହନିଟ୍ରପର ପର୍ଦ୍ଦାଫାଶ କରାଯାଇଛି । ପାକିସ୍ତାନ ସହ ଏହି ରାକେଟର ସମ୍ମନ୍ଧ ରହିଛି ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ଏହି ମାମଲାରେ ଭାରତୀୟ ନୌସେନାର ସାତ ଜଣ କର୍ମୀଙ୍କୁ ଗିରଫ କରାଯିବା ସହ ଅନେକ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି ।

ପୋଲିସ ସୂଚନା ଅନୁସାରେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ଏବଂ ନୌସେନାର ଗୁଇନ୍ଦାର ବିଭାଗ ସହ ମିଶି ଅପରେସନ୍ ଡଲଫିନ୍ସ ନୋଜ ଆରମ୍ଭ କରିଥିଲା । ଆଉ ଏହି ରାକେଟର ପର୍ଦ୍ଦାଫାସ ହୋଇଥିଲା । ତେବେ ଏହି ଅପରେସନ୍ ପରେ ନୌସେନାର ୭ ଜଣ କର୍ମଚାରୀଙ୍କୁ ଦେଶର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି ।