ପାକିସ୍ତାନର ପ୍ରତିଶୋଧ ମୂଳକ ପଦକ୍ଷେପ : କୁଲଭୂଷଣ ଯାବଦଙ୍କୁ ଦୂତାବାସ ସହାୟତା ଦେବାକୁ ମନା କଲେ ପାକ୍ ବିଦେଶ ମନ୍ତ୍ରାଳୟର ମୁଖପାତ୍ର

ପାକିସ୍ତାନର ପ୍ରତିଶୋଧ ମୂଳକ ପଦକ୍ଷେପ : କୁଲଭୂଷଣ ଯାବଦଙ୍କୁ ଦୂତାବାସ ସହାୟତା ଦେବାକୁ ମନା କଲେ ପାକ୍ ବିଦେଶ ମନ୍ତ୍ରାଳୟର ମୁଖପାତ୍ର
କନକ ବ୍ୟୁରୋ : କୁଲଭୂଷଣ ଯାଦବଙ୍କୁ ଦ୍ୱିତୀୟ ଥର ପାଇଁ ସର୍କୁଲାର ଆକ୍ସେସ ଦେବାକୁ ମନା କଲା ପାକିସ୍ତାନ । ପାକିସ୍ତାନ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଡ.ମହମ୍ମଦ ଫୈଜଲ କହିଛନ୍ତି, କୁଲଭୂଷଣ ଯାଦବଙ୍କୁ ଦ୍ୱୀତିୟ ଥର ପାଇଁ କନସୁଲାର ଆକ୍ସେସ ମିଳିବ ନାହିଁ ।  ପାକିସ୍ତାନୀ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଦ୍ବିତୀୟ ଥରଲାଗି କନସୁଲାର ଆକସେସ ବା ଦୂତାବାସ ସହାୟତା ପ୍ରଦାନ ପାଇଁ ପାକିସ୍ତାନ ସରକାର ରୋକଠୋକ ମନା କରିଛନ୍ତି ।
ଗତ ସେପ୍ଟେମ୍ବର ୨ ତାରିଖରେ ପ୍ରଥମ ଥରଲାଗି କୁଳଭୂଷଣ ଯାଦବଙ୍କୁ ସର୍ତ୍ତମୂଳକ କନସୁଲାର ଆକସେସ ବା ଦୂତାବାସ ସହାୟତା ପ୍ରଦାନ ପାଇଁ ରାଜି ହୋଇଥିଲା। ତାପରେ ଭାରତୀୟ କୂଟନୀତିଜ୍ଞ ଗୌରବ ଆହଲୁୱାଲିଆ ମାତ୍ର ଘଣ୍ଟାକଲାଗି ଜେଲରେ କୁଳଭୂଷଣ ଯାଦବଙ୍କୁ ଭେଟିଥିଲେ।
ସୂଚନାଯୋଗ୍ୟ, ୪୯ବର୍ଷୀୟ କୁଳଭୂଷଣ ଯାଦବଙ୍କୁ ଗୁପ୍ତଚର ଓ ଆତଙ୍କବାଦ ଅଭିଯୋଗରେ ପାକିସ୍ତାନ ମିଲିଟାରୀ କୋର୍ଟରେ ଫାଶୀ ଦଣ୍ଡାଦେଶ ଦିଆଯାଇଛି  । ପାକିସ୍ତାନର ଏହି ନିଷ୍ପତି ପରେ ଭାରତ ଅନ୍ତର୍ଜାତୀୟ କୋର୍ଟରେ ଆବେଦନ କରିଥିଲା । ଏହାପରେ ଅନ୍ତର୍ଜାତୀୟ କୋର୍ଟ ଜୁଲାଇ ୧୭ଦିନ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe