କନକ ବ୍ୟୁରୋ : ଭୁବନେଶ୍ବରରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ ଖେଳାଳି । ଭାରତୀୟ କ୍ରିକେଟ୍ ଟିମ୍ ଏବଂ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମ୍ ସ୍ବତନ୍ତ୍ର ବିମାନ ଯୋଗେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ମନପସନ୍ଦର ଖେଳାଳିମାନଙ୍କୁ ଦେଖିବାକୁ ଖେଳପ୍ରେମୀଙ୍କ ଗହଳି ଲାଗିଛି । କଡା ସୁରକ୍ଷାବ୍ୟବସ୍ଥା ମଧ୍ୟରେ ସ୍ବତନ୍ତ୍ର ବସ୍ ଯୋଗେ ଦୁଇର ଟିମ ଖେଳାଳି ଓ ଅଫିସିଆଲ ହୋଟେଲ ମେ’ ଫେୟାର ଯାଇଛନ୍ତି । ମେଫେୟାର ହୋଟେଲରେ ନାଚଗୀତ ମାଧ୍ୟମରେ ଖେଳାଳିଙ୍କର ଭବ୍ୟ ସ୍ୱାଗତ କରାଯାଇଛି ।

Advertisment

ପ୍ରଥମେ ଭାରତୀୟ ଦଳର ଖେଳାଳି ବସ୍ରୁ ଓହ୍ଲାଇ ହୋଟେଲକୁ ପ୍ରବେଶ କରିଥିଲେ । ତାପରେ ୱେଷ୍ଟଇଣ୍ଡିଜ୍ ଦଳର ଖେଳାଳିଙ୍କୁ ହୋଟେଲ ଭିତରକୁ ପାଛୋଟି ନିଆଯାଇଥିଲା । ତେବେ ପ୍ରଥମ ଥର ପାଇଁ ଏଭଳି ଚମକ୍ରାର ସ୍ୱାଗତ ଦେଖିବାକୁ ମିଳିଛି ।

publive-image

ବିସିସିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶ ଅନୁସାରେ ହୋଟେଲ ମେ ଫେୟାରରେ ୯୦ଟି ରୁମ୍ ବୁକ୍ ହୋଇଛି । ଖେଳାଳିଙ୍କ ପାଇଁ ହୋଟେଲକୁ ସ୍ୱତନ୍ତ୍ରଭାବେ ସଜା ଯାଇଛି । ହୋଟେଲ ମେ ଫେୟାରରେ ରହଣି ସମୟରେ ଖେଳାଳିମାନେ କମ୍ ମସଲା ଓ ତେଲରେ ଖାଦ୍ୟ ଖାଇବେ ବୋଲି ଜଣାଯାଇଛି ।

ରବିବାର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ । ଖେଳାଳିଙ୍କୁ ସ୍ବାଗତ କରିବାକୁ ସବୁ ପ୍ରସ୍ତୁତି କରାଯାଇଛି ।  ସିରିଜ ଏବେ ୧-୧ ସ୍ତରରେ ରହିଛି । ଯେଉଁ ଦଳ ଏଠାରେ ମ୍ୟାଚ୍ ଜିତିବ ,ସେହି ଦଳ ସିରିଜ କବଜା କରିବ । ସେଥିପାଇଁ ବାରବାଟୀ ମ୍ୟାଚ୍ ଅଧିକ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।