ପାକିସ୍ତାନକୁ ଭାରତୀୟ ସେନାର ଚେତାବନୀ ! ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଇଲେ ପରିଣାମ ଭୋଗିବ ଶତ୍ରୁଦେଶ

243

କନକ ବ୍ୟୁରୋ : ଏକଘରିଆ ପରିସ୍ଥିତିରେ ବି ସୁଧୁରୁନି ଶତ୍ରୁଦେଶ ପାକିସ୍ତାନ । ଭାରତୀୟ ସୀମାରେ ଲଗାତାର ନାଗରିକଙ୍କ ଉପରକୁ ଗୁଳିଚାଳନା କରୁଛି । ଗତ ୨୪ ଘଂଟା ମଧ୍ୟରେ ଲଗାତାର ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛନ୍ତି ପାକିସ୍ତାନୀ ସେନା । ତେବେ ଏଥିପାଇଁ ପାକ୍ ସେନାକୁ ସତର୍କ ଚେତାବନୀ ଦେଇଛି ଭାରତୀୟ ସେନା । ସାଧାରଣ ନାଗରିଙ୍କର କିଛି କ୍ଷତି ହେଲେ କଡ଼ା ଜବାବ ଦିଆଯିବ ବୋଲି । ଏଥିପାଇଁ ପାକିସ୍ତାନକୁ ଗମ୍ଭୀର ପରିଣାମ ଭୋଗିବା ପାଇଁ ପଡ଼ିବ ବୋଲି ସେନା କହିଛି ।

ଭାରତୀୟ ସେନା, ପାକ୍ ସେନାକୁ ଚେତାବନୀ ଦେଇଛି । ଭାରତ ସୀମାରେ ନାଗରିକଙ୍କ ଉପରକୁ ଗୁଳିବର୍ଷା ବନ୍ଦ କରିବା ପାଇଁ କହିଛି । ତେବେ ପାକ୍ ପଟୁ ହେଉଥିବା ଗୁଳିବର୍ଷାରେ  କୌଣସି ଧନଜୀବନ ନଷ୍ଟ ହୋଇନଥିବା ସେନା ପ୍ରକାଶ କରିଛି । କିନ୍ତୁ ପାକିସ୍ତାନର ଏପରି ହରକତର ମୁହଁତୋଡ଼ ଜବାବ ଦିଆଯିବ ବୋଲି ସେନା କହିଛି ।  ଏହାରଷ୍ଟ୍ରାଇକ ପରେ ବିଳିବିଳେଇ ହେଉଥିବା ପାକିସ୍ତାନ ଲଗାତାର ଭାରତୀୟ ସୀମାରେ ଗୁଳିବର୍ଷା କରୁଛି । ଆଉ ଭାରତୀୟ ସେନା ମଧ୍ୟ ଏହାର ଡକଡ଼ା ଜବାବ ଦେଉଛି ।