କନକ ବ୍ୟୁରୋ : ଏକଘରିଆ ପରିସ୍ଥିତିରେ ବି ସୁଧୁରୁନି ଶତ୍ରୁଦେଶ ପାକିସ୍ତାନ । ଭାରତୀୟ ସୀମାରେ ଲଗାତାର ନାଗରିକଙ୍କ ଉପରକୁ ଗୁଳିଚାଳନା କରୁଛି । ଗତ ୨୪ ଘଂଟା ମଧ୍ୟରେ ଲଗାତାର ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛନ୍ତି ପାକିସ୍ତାନୀ ସେନା । ତେବେ ଏଥିପାଇଁ ପାକ୍ ସେନାକୁ ସତର୍କ ଚେତାବନୀ ଦେଇଛି ଭାରତୀୟ ସେନା । ସାଧାରଣ ନାଗରିଙ୍କର କିଛି କ୍ଷତି ହେଲେ କଡ଼ା ଜବାବ ଦିଆଯିବ ବୋଲି । ଏଥିପାଇଁ ପାକିସ୍ତାନକୁ ଗମ୍ଭୀର ପରିଣାମ ଭୋଗିବା ପାଇଁ ପଡ଼ିବ ବୋଲି ସେନା କହିଛି ।
ଭାରତୀୟ ସେନା, ପାକ୍ ସେନାକୁ ଚେତାବନୀ ଦେଇଛି । ଭାରତ ସୀମାରେ ନାଗରିକଙ୍କ ଉପରକୁ ଗୁଳିବର୍ଷା ବନ୍ଦ କରିବା ପାଇଁ କହିଛି । ତେବେ ପାକ୍ ପଟୁ ହେଉଥିବା ଗୁଳିବର୍ଷାରେ କୌଣସି ଧନଜୀବନ ନଷ୍ଟ ହୋଇନଥିବା ସେନା ପ୍ରକାଶ କରିଛି । କିନ୍ତୁ ପାକିସ୍ତାନର ଏପରି ହରକତର ମୁହଁତୋଡ଼ ଜବାବ ଦିଆଯିବ ବୋଲି ସେନା କହିଛି । ଏହାରଷ୍ଟ୍ରାଇକ ପରେ ବିଳିବିଳେଇ ହେଉଥିବା ପାକିସ୍ତାନ ଲଗାତାର ଭାରତୀୟ ସୀମାରେ ଗୁଳିବର୍ଷା କରୁଛି । ଆଉ ଭାରତୀୟ ସେନା ମଧ୍ୟ ଏହାର ଡକଡ଼ା ଜବାବ ଦେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/6-1.jpg)
/kanak/media/post_attachments/wp-content/uploads/2018/11/encounter-in-kashmir-300x169.jpg)