କନକ ବ୍ୟୁରୋ : ପାକିସ୍ତାନୀ ଡ୍ରୋନ୍ ଖସାଇଲା ଭାରତୀୟ ବାୟୁସେନା । ଭାରତ-ପାକ୍ ସୀମାରେ ଥିବା ରାଜସ୍ତାନ ବିକାନିରରେ ପାକିସ୍ତାନୀ ସେନାର ଡ୍ରୋନକୁ ନଷ୍ଟ କରିଛି ବାୟୁସେନା । ଏୟାର-ଟୁ-ଏୟାର ମିସାଇଲ ବ୍ୟବହାର କରି ଏହି ଡ୍ରୋନକୁ ନଷ୍ଟ କରିଛି ଭାରତୀୟ ବାୟୁସେନା । ଭାରତୀୟ ଆକାଶ ସୀମାରେ ରାଡାର ଷ୍ଟେସନ ଚିହ୍ନଟ କରିବାର ମାତ୍ର କିଛି ସମୟ ପରେ ସୁଖୋଇ-୩୦ ଜେଟ୍ ବିମାନକୁ ସେଠାରେ ମୂତୟନ କରାଯାଇଥିଲା । ଓ ତାପରେ ଡ୍ରୋନଟିକୁ ନଷ୍ଟ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ରାତି ପ୍ରାୟ ୧୧ଟା ୩୦ରେ ପାକିସ୍ତାନୀ ଡ୍ରୋନକୁ ଟାର୍ଗେଟ କରାଯାଇଛି ।
ଶେଷ ଛଅ ଦିନ ଭିତରେ ଭାରତୀୟ ସୀମା ଭିତରେ ପାକିସ୍ତାନ ଦ୍ୱିତୀୟ ଥର ପାଇଁ ଏହି ସ୍ପାଏ ଡ୍ରୋନ ଉଡାଇଛି । ଗତ ୨୭ ତାରିଖରେ ଗୁଜୁରାଟର କଛ ସୀମାରେ ଏକ ପାକିସ୍ଥାନୀ ଡ୍ରୋନକୁ ନଷ୍ଟ କରିଦେଇଥିଲା ଭାରତୀୟ ବାୟୁ ସେନା । ୨୬ତାରିଖରେ ବାୟୁସେନା ପାକିସ୍ତାନର ବାଲାକୋଟରେ ଆକ୍ରମଣ କରିବା ପରେ ଭାରତର ପଶ୍ଚିମ ସୀମାବର୍ତି ଅଂଚଳରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ପାକିସ୍ତାନର ସୀମାକୁ ଲାଗି ରହୁଥିବାରୁ ଏହି ଅଂଚଳକୁ ପାକ୍ ସେନା ଟାର୍ଗେଟ କରିବାର ଆଶଙ୍କା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/DRONE-UP.jpg)
/kanak/media/post_attachments/wp-content/uploads/2019/03/77-1-300x197.jpg)