ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା : ଏବେ ବୋମା ନିଷ୍କ୍ରିୟ କରିବ ଶକ୍ତିଶାଳୀ ରୋବୋର୍ଟ

526

କନକ ବ୍ୟୁରୋ : ବାୟୁସେନାକୁ ମିଳିଲା ନୂଆ ଶକ୍ତି । ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ଭାରତୀୟ ସେନାର ଶକ୍ତି ଆଗରେ ହାରିମାନିବେ ଶତ୍ରୁ ଦେଶ । ଅନୁପ୍ରବେଶ ଉଦ୍ୟମ କରିବା ପୂର୍ବରୁ ହଜାରେ ଥର ଚିନ୍ତା କିରବେ ନିଶ୍ଚୟ । ଖୁବ ଶୀଘ୍ର ଭାରତୀୟ ବାୟୁସେନାକୁ ମିଳିବ ଏକ ରୋବୋର୍ଟ । ବମ୍ ନିଷ୍କ୍ରିୟ କରିବା ସମୟରେ ଆଉ କୌଣସି ଯବାନ ପ୍ରାଣ ହରାଇବେନି । ୧୦୦୦ କିଲୋଗ୍ରାମ ବମକୁ ନିଷ୍କ୍ରିୟ କରିବାରେ ସକ୍ଷମ ହେବ ଏହି ରୋବୋର୍ଟ ।

ଫେବୃୟାରୀ ୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକ୍ ସମୟରେ ଯେଉଁପରି ପରିସ୍ଥିତି ଉପୁଜିଥିଲା, ସେପରି ପରିସ୍ଥିତି ଉପୁଜିବ ନାହିଁ । ବାଲାକୋଟ ଆକ୍ରମଣ ପରେ ପାକିସ୍ତାନ ବାୟୁସନା ଭାରତକୁ ଲକ୍ଷ୍ୟ କରି ଲଗାତାର ବମ୍ ନିକ୍ଷେପ କରିଥିଲା । ଏପରି ପରିସ୍ଥିତିରେ ରୋବୋର୍ଟ କରିବ ସାହାଯ୍ୟ ।

ତେବେ ଭାରତୀୟ ବାୟୁସେନାରେ ସାମିଲ କରିବା ପାଇଁ ପ୍ରସ୍ତୁତ ଏହି ରୋବୋର୍ଟ ସମ୍ପୂର୍ଣ୍ଣ ପ୍ରସ୍ତୁତ ନୁହେଁ । ବାୟୁସେନା ପକ୍ଷରୁ ଅନେକ ଟ୍ରାଏଲ୍ ସରିଛି । ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡ଼ିଓ) ପକ୍ଷରୁ ଏହି ରୋବର୍ଟ ପ୍ରସ୍ତୁତ କରାଯାଇଛି । ଲକ୍ଷ୍ନୌରେ ହୋଇଥିବା ଡିଫେନ୍ସ ଏହି ରୋବୋର୍ଟ ପ୍ରଦର୍ଶିତ ହୋଇଛି । ଅନେକ ସ୍ଥାନରେ ପରୀକ୍ଷାମୂଳକ ଭାବେ ବିଷ୍ଫୋରକ ନଷ୍କ୍ରିୟ କରିବାରେ ରୋବୋର୍ଟ ସଫଳ ସାବ୍ୟସ୍ତ ହୋଇଛି ।

ସବୁଠାରୁ ବଡ଼ କଥା ହେଲା ମୋବାଇଲ ସେଣ୍ଟର ଜରିଆରେ ନିୟନ୍ତ୍ରିତ ହେବ ଏହି ରୋବର୍ଟ । ଦୁଇ କିମି ଦୂରରୁ ରୋବୋର୍ଟକୁ ନିୟନ୍ତ୍ରଣ କରିହେବ । ରୋବର୍ଟକୁ ନିୟନ୍ତ୍ରିତ କରୁଥିବା ଲୋକ ସହଜରେ ବମ୍ ଚିହ୍ନଟ କରିପାରିବେ । ଏବଂ ତୁରନ୍ତ ନିଷ୍କ୍ରିୟ କରିପାରିବେ ।