ଥରହର ହେବ ଶତ୍ରୁ ଦେଶ ! ବଢ଼ିବ ଭାରତର ବଳ, ୧୦୦ରୁ ଅଧିକ ଯୁଦ୍ଧ ବିମାନ କିଣିବ ଭାରତୀୟ ବାୟୁସେନା

39

କନକ ବ୍ୟୁରୋ : ଯୁଦ୍ଧ ବିମାନର ଅଭାବ ଥିବା ଯୋଗୁଁ ଭାତୀୟ ବାୟୁସେନା ଖୁବ ଶୀଘ୍ର ୧୦୦ରୁ ଅଧିକ ଯୁଦ୍ଧ ବିମାନ କିଣିପାରେ । କିଛି ଦିନ ଭିତରେ କିଣାହେବ ୧୦୦ ଯୁଦ୍ଧ ବିମାନ । ଶତ୍ରୁ ଦେଶ ଥରହର ହେବାସହ ଭାରତର ବଢ଼ିବ ବଳ । ତେବେ ସୂଚନା ଅନୁସାରେ ଏହାର ମୂଲ୍ୟ ପାଖାପାଖି ୧.୨୫ ଲକ୍ଷ କୋଟି ଟଙ୍କାରୁ ମଧ୍ୟ ଅଧିକ । ଆସନ୍ତା ୧୧ ତାରିଖରେ ଚେନ୍ନାଇରେ ଆରମ୍ଭ ହେଉଛି ଡିଫେନ୍ସ ଏକ୍ସପୋ । ଆଉ ସେହି ସମୟରେ ଯୁଦ୍ଧ ବିମାନ କିିଣିବାର ସମ୍ଭାବାନ ରହିଛି । ବାୟୁସେନା ଏବେ ଏହି ଯୋଜନା ଉପରେ କାମ ଆରମ୍ଭ କରିଛି । ଯୋଜନା ଅନୁସାରେ ଏକ୍ସପୋରେ ଯୁଦ୍ଧ ବିମାନ ପାଇଁ ନିଲାମ ଡକାଯିବ । ନିଲାମରେ ଆମେରିକା, ସ୍ୱିଡ଼େନ୍, ଫ୍ରାନ୍ସ  ଆଦି ଦେଶ ସାମିଲ ହୋଇପାରନ୍ତି । ସରକାରୀ ସୂତ୍ର ଅନୁସାରେ ଏହି ଏକ୍ସପୋରେ ପୁରା ପ୍ରକ୍ରିୟାକୁ ଶେଷ କରାଯିବ ।

 

୧୦୦ ଯୁଦ୍ଧ ବିମାନ କିଣିବା ପରେ ଭାରତୀୟ ବୟାୁସେନାର ଶକ୍ତି ବଢିବି । ଏହାସହ ମେକ ଇନ୍ ଇଣ୍ଡିଆର ଶକ୍ତିକୁ ମଧ୍ୟ ବଳ ଦେବ । ବାୟୁସସେନା ତରଫରୁ ସରକାରଙ୍କୁ ଏନେଇ ସୂଚନା ଦେଇଛି । ସରକାର ବିଦେଶୀ କମ୍ପାପୀ ଗୁଡ଼ିକ ଖୁବ ଶୀଘ୍ର ବିମାନ ନିର୍ମାଣ ଉପରେ କାମ ଆରମ୍ଭ କରନ୍ତୁ ବୋଲି ସରକାରଙ୍କୁ ବାୟୁସେନା କହିଛି ।

ସୂତ୍ର ଅନୁସାରେ ଏହା ପୂର୍ବରୁ ଏୟାରଫୋର୍ସ ମିଗ୍-୨୧, ମିଗ୍-୦୨୭କୁ ପରିବର୍ତ୍ତନ କିରବା ପାଇଁ ନିଷ୍ପତ୍ତି ନେଇଥିଲେ, ଯେଉଁମାନେ ଆଗାମୀ ୪/୫ ବର୍ଷ ମଧ୍ୟରେ ଅବସର ନେବେ । ୨୦୧୯ରେ ଆରମ୍ଭରେ ବାୟୁସେନାକୁ ସ୍ୱାର୍ଡ଼ନ ମିଳିବା ଆରମ୍ଭ ହେଇଯିବ । ସଂସଦରେ ସରକାଙ୍କ ଜବାବ ଅନୁସାରେ ଭାରତୀୟ ବାୟୁସେନା ୨୦୨୦ ପର୍ଯ୍ୟନ୍ତ ୩୨ ଯୁଦ୍ଧ ସ୍ୱାର୍ଡ଼ନ ଓ ୩୯ ହେଲିକପ୍ଟର ୟୁନିଟ୍ ମିଳିଯିବ ।