ଏପରି ସମୟ ଆସିବ, ଆମେରିକାକୁ ପଛରେ ପକାଇବ ଭାରତ : ଜାଣନ୍ତୁ ଏହାର ସତ୍ୟତା

43

କନକ ବ୍ୟୁରୋ : ଭାରତ ଏକ ଦ୍ରୁତ ବିକାଶଶୀଳ ରାଷ୍ଟ୍ର । ୨୦୫୦ ବେଳକୁ ଭାରତ ଅନେକ ଦିଗରେ ଆମେରିକା ଠାରୁ ଆଗୁଆ ରହିବ । ଏକଥା ଆମେ କହୁନୁ, କହୁଛି ସର୍ଭେ ରିପୋର୍ଟ । ଭାରତରେ ଆର୍ଥିକ ହେଉ କି ସାମରିକ ଶକ୍ତି ହେଉ ସବୁକିଛି କ୍ଷେତ୍ରରେ ଏବେ ଦେଶ ଆଗୁଆ ରହିଛି । କିଛି ଦିନ ପୂର୍ବରୁ Lowy Institute report ର ରିପୋର୍ଟ ଅନୁସାରେ ଏସିଆର ପାସିଫିକର ୨୫ ଟି ଦେଶରେ ଅର୍ଥବ୍ୟବସ୍ଥାକୁ ଠାରୁ ଆରମ୍ଭ କରି କେଉଁ ଦେଶ ବ୍ୟବସାୟରେ ସବୁଠାରୁ ଶକ୍ତିଶାଳୀ ସେ ନେଇ ସର୍ଭେ ହୋଇଥିଲା । ତେବେ ଅଧ୍ୟୟନରୁ ଜଣାପଡ଼ିଛି ୪ର୍ଥ ସ୍ଥାନରେ ରହିଛି ଭାରତ ।

ଅର୍ଥବ୍ୟବସ୍ଥା, ସେନା, ଗଣତାନ୍ତ୍ରିକ ଓ ସାଂସ୍କୃତିକ ଦିଗ ନେଇ ହୋଇଥିଲା ଏହି ଅଧ୍ୟୟନ । ଏଥିରେ ପ୍ରଥମ ସ୍ଥାନରେ ଅଛି ଆମେରିକା, ଦ୍ୱିତୀୟରେ ଚୀନ୍, ତୃତୀୟରେ ଜାପାନ ଓ ଚତୁର୍ଥରେ ରହିଛି ଭାରତ । ଅନେକ ଦିଗରୁ କରାଯାଇଥିବା ଏହି ଅଧ୍ୟୟନ ଭାରତର ଜିଡ଼ିପି ଆମେରିକାର ଖୁବ ନିକଟତର ରହିଛି । କୁହାଯାଉଛି ଆଗାମୀ ୧୧ ବର୍ଷ ମଧ୍ୟରେ ଭାରତ ଆମେରିକା ସହ ସମାନ ହୋଇଯିବ ଓ ୨୦୫୦ ପର୍ଯ୍ୟନ୍ତ ଆମେରିକାକୁ ମଧ୍ୟ ଟପିଯିବ ।

କେବଳ ୫ଟି ଦଶର ଜିଡ଼ିପି ଉପରେ ନଜର ପକାଇଲେ ୨୦୧୬ରେ ଚୀନ, ଆମେରିକା ପରେ ତୃତୀୟ ସ୍ଥାନରେ ଥିଲା ଭାରତ । ଜାପାନ ଓ ଋଷରୁ ମଧ୍ୟ ଆଗରେ ରହିଥିଲା ଭାରତ । ତେବେ ଏବେବି ଭାରତ ବିଭିନ୍ନ ଦିଗରେ ତଥା ଚାକିରି କ୍ଷେତ୍ରରେ ଓ ରୋଜଗାର ମାମଲାରେ ଅନେକ ପଛରେ ରହିଛି । ଅନ୍ୟପଟେ ଉତ୍ପାଦ ବିଷୟରେ ଆଲୋଚନା କଲେ, ୨୫ଟି ଦେଶରୁ ଭାରତ ବହୁତ ପଛରେ ତଥା ୧୭ ତମ ସ୍ଥାନରେ ରହିଛି । ହେଲେ ବିକାଶ ମାମଲାରେ ଖର୍ଚ୍ଚ କରୁଥିବା ମାମଲାରେ ଭାରତ ୧୨ ତମ ସ୍ଥାନରେ ରହିିଛି । ଅଧ୍ୟୟନ ଅନୁସାର ଭାରତ ଅନେକ ଦିଗରେ ଏବେ ବି ଚୀନ ଠାରୁ ଖୁବ ପଛରେ ରହିଛି ।