କନକ ବ୍ୟୁରୋ : ପଡ଼ୋଶୀ ଦେଶକୁ ମାତ୍ ଦେବାପାଇଁ ଭାରତର ମାଷ୍ଟର ପ୍ଲାନ୍ । ବାରମ୍ବାର ସୀମାରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ସୀମା ସୁରକ୍ଷା ପାଇଁ ଅଧିକ ସଚେତନ ହେଉଛି ଭାରତ । ଏବେ ଚୀନ ଓ ପାକିସ୍ତନାର ସୀମାରେ ଥିବା ପାହାଡ଼ ମଝିରେ ଗୋଳାବାରୁଦ ଗଚ୍ଛିତ ରଖିବା ପାଇଁ ସୁଡ଼ଙ୍ଗ ତିଆରି କରିବ ଭାରତ । ଏହି ସୁଡ଼ଙ୍ଗରେ ୨ ଲକ୍ଷ କିଲୋର ଗୋଳା ବାରୁଦ ଗଚ୍ଛିତ ହୋଇପାରିବ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସୁଡ଼ଙ୍ଗ ସମସ୍ତ ଆକ୍ରମଣରୁ ସୁରକ୍ଷିତ ରହିବ ।
ଏନଏଚପିସି ଓ ଆର୍ମି ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷର ହୋଇଛି । ବୁଝାମଣା ଅନୁସାରେ ୨ ବର୍ଷରେ ୧୫ କୋଟି ବ୍ୟୟରେ ୪ଟି ସୁରଙ୍ଗ ତିଆରି କରିବ ଭାରତ । ସମସ୍ତ ସୁଡ଼ଙ୍ଗରେ ୨୦୦ ମେଟ୍ରିକ ଟନ୍ ଅର୍ଥାତ ୨ ଲକ୍ଷ କିଲୋର ଗୋଳା ବାରୁଦ ଗଚ୍ଛିତ କରାଯାଇ ପାରିବ ।
ଚୀନ ସୀମାରେ ୩ଟି ଓ ପିକିସ୍ତାନ ସୀମାରେ ଗୋଟିଏ ସୁଡ଼ଙ୍ଗ ତିଆରି କରାଯିବାର ଯୋଜନା କରାଯାଉଛି । ସୂଚନା ଅନୁସାରେ ପୂର୍ବରୁ ଭାରତୀୟ ସେନା ଏପରି ସୁଡ଼ଙ୍ଗ ତିଆରି କରିବା ପାଇଁ ଚେଷ୍ଟା କରିଥିଲା । ହେଲେ ଭାରତୀୟ ସେନା କିନ୍ତୁ ସୁଡ଼ଙ୍ଗ ତିଆରିରେ ସଫଳ ହୋଇପାରିନଥିଲା । ଏବେ ଭାରତୀୟ ସେନା ଏନଏଚନପିସି ସାହାଯ୍ୟରେ ସୁଡ଼ଙ୍ଗ ତିଆରି କରିବା ପାଇଁ ଯୋଜନା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/373817-army-ol-loc.jpg)