ଭାରତରେ ଆରୋଗ୍ୟ ହାର ୬୧.୫୩% ଛୁଇଁଲା । ଦକ୍ଷିଣ ଭାରତରେ ୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

Advertisment
ସଂକ୍ରମଣ ବଢୁଛି, ଚିନ୍ତା ବଢୁଛି । ଦିଲ୍ଲୀ କରୋନା ସ୍ଥିତି ମୁକାବିଲା ପାଇଁ ଗୃହମନ୍ତ୍ରାଳୟ ଡାକିଲା ସର୍ବଦଳୀୟ ବୈଠକ : ଶାହାଙ୍କ ଅଧ୍ୟକ୍ଷତାରେ ବିଜେପି, କଂଗ୍ରେସ, ଆମ୍ ଆଦମୀ ପାର୍ଟି ଓ ବିଏସପି ହେବେ ସାମିଲ

କନକ ବ୍ୟୁରୋ : ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୨ ହଜାର ୭୫୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୪୮୨ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ ସଂକ୍ରମିତ ସଂଖ୍ୟା ୭ ଲକ୍ଷ ୪୨ ହଜାର ୪୧୭ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୨୦ ହଜାର ୬୪୨ ରହିଛି। ତେବେ ଦେଶରେ ଆରୋଗ୍ୟ ହାର ଲଗାତାର ବୃଦ୍ଧି ପାଇବା ଏକ ବଡ଼ ଆଶ୍ୱାସନା ପାଲଟିଛି । ଆଜି ଆରୋଗ୍ୟ ହାର ୬୧.୫୩ ପ୍ରତିଶତ ଛୁଇଁଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ମହାରାଷ୍ଟ୍ର ଦେଶରେ ସର୍ବାଧିକ ପ୍ରଭାବିତ ରାଜ୍ୟ। ଏଠାରେ ମୋଟ୍‌ ସଂକ୍ରମଣ ମାମଲା ୨ ଲକ୍ଷ ୧୭ ହଜାର ୧୨୧ ରହିଛି ଏବଂ ୯ ହଜାର ୨୫୦ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଦକ୍ଷିଣ ଭାରତରେ ସଂକ୍ରମଣ ହଠାତ୍‌ ବଢ଼ିଯାଇଛି। ତାମିଲନାଡ଼ୁ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ର‌ଦେଶରେ ଗତ କିଛି ଦିନ ମଧ୍ୟରେ ସଂକ୍ରମଣ ବଢ଼ିଛି। ତେବେ କେରଳ ଏକମାତ୍ର ରାଜ୍ୟ ଭାବେ ସଂକ୍ରମଣ ବହୁତ କମ୍‌ ରହିଛି।

ଏହି ୫ ଦକ୍ଷିଣ ଭାରତୀୟ ରାଜ୍ୟରେ ସଂକ୍ରମଣ ମାମଲା ୨ ଲକ୍ଷ ଟପିଯାଇଛି। ଦେଶରେ ମୋଟ୍‌ ମାମଲାର ଏହା ୨୭ ପ୍ରତିଶତ। ଏକ ଆକଳନରୁ ଜଣାପଡ଼ିଛି ଯେ, ତେଲେଙ୍ଗାନା, କର୍ଣ୍ଣାଟକ, ଗୁଜରାଟ, ଆସାମ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ସଂକ୍ରମଣ ହଠାତ୍‌ ବଢ଼ିଯାଇଛି। ତାମିଲନାଡ଼ୁରେ ସଂକ୍ରମଣ ମାମଲା ୧ଳକ୍ଷ ୧୮ ହଜାର ୫୯୪ରେ ପହଞ୍ଚିଛି ଏବଂ ଦିଲ୍ଲୀରେ ୧ ଲକ୍ଷ ୨ ହଜାର ୮୩୧ ପହଞ୍ଚିଛି। ଅନ୍ୟପକ୍ଷେ ଦିଲ୍ଲୀରେ ସକ୍ରିୟ ମାମଲା କମିଥିବା ବେଳେ ରାଜସ୍ଥାନରେ ବଢ଼ିଛି। ଦିଲ୍ଲୀରେ ଆରୋଗ୍ୟ ହାର ୭୨ ପ୍ରତିଶତ ରହିଛି।

ରାଜସ୍ଥାନରେ ପୂର୍ବରୁ ସଂକ୍ରମଣ ମାମଲା କମ୍‌ ଥିଲେ ମଧ୍ୟ ଗତ ଗୋଟିଏ ସପ୍ତାହ ମଧ୍ୟରେ ଏଠାରେ ସକ୍ରିୟ ମାମଲା ୧୧ ପ୍ରତିଶତ ବୃଦ୍ଧି ହୋଇଛି। ରାଜସ୍ଥାନରେ ଏବେ ମୋଟ୍‌ ମାମଲା ୨୧ ହଜାର ୪୦୪ ରହିଛି। ନାଗାଲାଣ୍ଡ୍‌, ଲଦାଖ, ଝାଡ଼ଖଣ୍ଡ, ତ୍ରିପୁରା, ମଣିପୁର, ଗୋଆ, ହିମାଚଳପ୍ରଦେଶ, ପୁଡ଼ୁଚେରୀରେ ସଂକ୍ରମଣ ମାମଲା ୩ ହଜାରରୁ କମ୍‌ ରହିଛି। ଦେଶରେ ଏବେ ୧ କୋଟି ୪ ଲକ୍ଷ ୭୩ ହଜାର ୭୭୧ ନମୁନା ପରୀକ୍ଷା ହୋଇଛି। ଗତକାଲି ୨ ଲକ୍ଷ ୬୨ ହଜାର ୬୭୯ ନମୁନା ପରୀକ୍ଷା କରାଯାଇଛି। ଦେଶରେ ଏବେ ମୋଟ୍‌ ସକ୍ରିୟ ମାମଲା ୨ ଲକ୍ଷ ୬୪ ହଜାର ୯୪୪ ଥିବାବେଳେ ୪ ଲକ୍ଷ ୫୬ ହଜାର ୮୩୦ ଜଣ ସୁସ୍ଥ ହୋଇ ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe