ଟେଷ୍ଟ ସରିଜ୍ ୨-୦ରେ କ୍ଲିନ୍ ସ୍ୱିପ୍ କଲା ଟିମ୍ ଇଣ୍ଡିଆ : ଦ୍ୱିତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜକୁ ୨୫୭ ରନରେ ହରାଇଲେ କୋହଲି ବାହିନୀ

268

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜରେ ଭାରତର କ୍ଲିନ୍ ସ୍ୱିପ୍  ।  କିଙ୍ଗଷ୍ଟନ ଟେଷ୍ଟକୁ ଟିମ୍ ଇଣ୍ଡିଆ ୨୫୭ ରନରେ ଜିତି ୨-୦ରେ ସିରିଜ କବଜା କରିନେଇଛି  । ବିଜୟ ପାଇଁ ୪୬୮ ରନର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ଦଳ ମାତ୍ର ୨୧୦ ରନରେ ଅଲଆଉଟ୍ ହୋଇଯାଇଥିଲା  । ପ୍ରଥମ ଇନିଙ୍ଗସରେ ଭାରତର ୪୧୬ ରନର ଜବାବରେ ୱେଷ୍ଟଇଣ୍ଡିଜ୍ ୧୧୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା  । ଭାରତ ଦ୍ୱିତୀୟ ଇନିଙ୍ଗସରେ ୪ ୱିକେଟରେ ୧୬୮ ରନ୍ କରି ପରେ ପାଳି ଘୋଷଣା କରିଥିଲା  । ଫଳରେ ୪୬୮ ରନକୁ ପିଛା କରି ମ୍ୟାଚ୍ ହାରିଛି ଇଣ୍ଡିଜ ଟିମ୍ । 

ଏହି ବିଜୟ ସହ କ୍ୟାପଟେନ୍ ବିରାଟ କୋହଲିଙ୍କ ନାମରେ ଆଉ ଏକ ରେକର୍ଡ ଯୋଡ଼ି ହୋଇଯାଇଛି  । ଧୋନୀଙ୍କୁ ପଛରେ ପକାଇ କୋହଲି ଭାରତ ପକ୍ଷରୁ ସବୁଠୁ ଅଧିକ ଟେଷ୍ଟ ମ୍ୟାଚ୍ ଜିତିଥିବା କ୍ୟାପଟେନ୍ ପାଲଟିଛନ୍ତି  । କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ୨୮ ଟି ଟେଷ୍ଟମ୍ୟାଚ୍ ଜିତିଛି  । ପୂର୍ବରୁ ଚଳିତ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତ ଟି-ଟ୍ୱେଂଟି ସିରିଜକୁ ୩-୦ ରେ ଜିତିଥିବା ବେଳେ ଦିନିକିଆ ସିରିଜକୁ ୨-୦ ରେ ଜିତି ନେଇଥିଲା  ।