ବାରବାଟୀରେ ଡିସେମ୍ବର ୨୦ରେ ହେବ ଭାରତ-ଶ୍ରୀଲଙ୍କା ଟିଟ୍ୱେଣ୍ଟି ମ୍ୟାଚ ! ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ନେଇ ପ୍ରସ୍ତୁତି ବୈଠକରେ ଆଲୋଚନା

24

କନକ ବ୍ୟୁରୋ : ଡିସେମ୍ବର ୨୦ରେ ବାରବାଟୀରେ ହେବ ଭାରତ ଶ୍ରୀଲଙ୍କା ଟି-ଟ୍ୱେଂଟି ମ୍ୟାଚ । ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ନେଇ ପ୍ରଥମ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଛି । ଏହା ସହ ଟ୍ରାଫିକ, ପୋଲିସ ଓ ଷ୍ଟାଡିୟମ ଭିତର ଏବଂ ବାହାରର ସୁରକ୍ଷା ନେଇ ପୋଲିସ କମିଶନର ସମୀକ୍ଷା କରିଛନ୍ତି । ଷ୍ଟାଡିୟମ ଭିତରକୁ ପାଣି ପାଉଚ ଓ ବୋତଲ ନେବାକୁ ମନା ହୋଇଥିବା ବେଳେ କେବଳ ଶୁଖିଲା ଖାଦ୍ୟ ହିଁ ଦର୍ଶକ ଷ୍ଟାଡିୟମ ଭିତରକୁ ନେଇ ପାରିବେ ବୋଲି ନିଷ୍ପତି ହୋଇଛି । ସଂପୂର୍ଣ୍ଣ ଷ୍ଟାଡିୟମ୍ ତଥା ବାହାର ଅଂଚଳକୁ ସିସିଟିଭି ମାଧ୍ୟମରେ ଅନୁଧ୍ୟାନ କରାଯିବାର ବ୍ୟବସ୍ଥା ରହିବ । ଆଜିର ଏହି ବୈଠକରେ ପୋଲିସ ପ୍ରଶାସନ, ଓଡିଶା କ୍ରିକେଟ ଆସୋସିଏସନ, ସିଆଇଏସଏଫ ଓ ଭୁବନେଶ୍ୱର କର୍ତ୍ତୁପକ୍ଷଙ୍କ ପ୍ରତିନିଧି ଉପସ୍ଥିତ ଥିଲେ ।