ଜାପାନ ଯିବେ ୧ଲକ୍ଷ ଭାରତୀୟ ଯୁବକ ଯୁବତୀ ! କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା,ଦକ୍ଷତା ବିକାଶ ତାଲିମରେ ହେବେ ସାମିଲ

40

କନକ ବ୍ୟୁରୋ : ଜାପାନ ଯିବେ ୧ ଲକ୍ଷ ଯୁବକ ଯୁବତୀ । ସରକାରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ନେବେ ତାଲିମ । ୩ରୁ ୫ ବର୍ଷ ଭିତରେ ଅନ୍ ଜବ୍ ଟ୍ରେନିଂ ନେବାକୁ ୧ ଲକ୍ଷ ଯୁବକ ଯୁବତୀଙ୍କୁ ଜାପାନ ପଠାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର କ୍ୟାବିନେଟରେ ଏ ସଂପର୍କିତ ଏକ ବିଲ୍ ପାରିତ ହୋଇଛି ।

ଭାରତୀୟ ଯୁବବର୍ଗଙ୍କ ଦକ୍ଷତା ବିକାଶ ତାଲିମ ପାଇଁ ସମସ୍ତ ଖର୍ଚ୍ଚ ଜାପାନ ସରକାର ବହନ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ମନ୍ତ୍ରୀ । ଟେକ୍ନିକାଲ ଇଂଟର୍ଣ ଟ୍ରେନିଂ ପ୍ରୋଗ୍ରାମ ବା ଟିଆଇଟିପି ଅନୁଯାୟୀ ଭାରତ ଓ ଜାପାନ ମଧ୍ୟରେ ହୋଇଥିବା ମେମୋରାଣ୍ଡମ ଅଫ୍ କୋଅପରେସନ୍ ଚୁକ୍ତି ହୋଇଛି । ଏହି ଚୁକ୍ତି ଅନୁଯାୟୀ ଭାରତୀୟ ଯୁବବର୍ଗଙ୍କୁ ଦକ୍ଷତା ବିକାଶ ପାଇଁ ତାଲିମ ଦେବ ଜାପାନ ।

ଏହା ଏକ ସଫଳ କାର୍ଯ୍ୟକ୍ରମ ବୋଲି ଟ୍ୱିଟ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ତିନିରୁ ପାଂଚ ବର୍ଷ ମଧ୍ୟରେ ଜାପାନ ସରକାରଙ୍କ ଆର୍ଥିକ ସହଯୋଗରେ ଭାରତୀୟ ଯୁବକଯୁବତୀଙ୍କୁ ପଠାଯିବ । ଏହି ଟ୍ରେନିଂର କାଯ୍ୟ ର୍କାଳ ୩ ରୁ ୫ ବର୍ଷ ରହିବ । ଭାରତୀୟ ଯୁବକଯୁବତୀ, ସେଠାରେ ଜାପାନ ଇକୋସିଷ୍ଟମରେ କାମ କରିବେ ଏବଂ ସେଠାରେ ରହିବା ଖାଇବା ସୁବିଧା ପାଇବା ଚାକିରି କରିବାର ସୁଯୋଗ ପାଇପାରିବେ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।