କନକ ବ୍ୟୁରୋ : ଭାରତରେ ୩ଟି କରୋନା ଟିକାର ପରୀକ୍ଷଣ ଚାଲିଛି । ବୈଜ୍ଞାନିକମାନେ ଏଗୁଡ଼ିକର ଉତ୍ପାଦନ ପାଇଁ ଅନୁମତି ଦେଲେ ବିପୁଳ ସଂଖ୍ୟକ ଟିକାର ଉତ୍ପାଦନ କରି ସବୁ ଭାରତୀୟଙ୍କୁ ଯୋଗାଇବାକୁ ଭାରତ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
୭୪ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲା ପ୍ରାଚୀରରୁ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ରଖି ସେ କହିଛନ୍ତି ଯେ ସବୁ ଭାରତୀୟଙ୍କୁ କରୋନା ଟିକା ଦେବାକୁ ସରକାର ରୋଡମ୍ୟାପ ପ୍ରସ୍ତୁତ କରିସାରିଛନ୍ତି । ଜାତୀୟ ଡିଜିଟାଲ ହେଲଥ ମିଶନ ସଂପର୍କରେ ଘୋଷଣା କରି ମୋଦୀ କହିଛନ୍ତି ଯେ ପ୍ରତି ଭାରତୀୟଙ୍କ ହେଲଥ ଆଇଡିରେ ସ୍ୱାସ୍ଥ୍ୟ ପରୀକ୍ଷା,ରୋଗ, ଚିକିତ୍ସା ଆଦି ସଂପର୍କରେ ତଥ୍ୟ ରହିବ । ଚିକିତ୍ସା କ୍ଷେତ୍ରରେ ଟେକନଲୋଜୀର ବ୍ୟାପକ ପ୍ରୟୋଗ କରାଯିବ ବୋଲି ମୋଦୀ କହିଛନ୍ତି ।