କ୍ୟାଂପସ ହିଂସାକୁ ନେଇ ମୁହଁ ଖୋଲିଲେ ରାଷ୍ଟ୍ରପତି ! କହିଲେ, ଅସହିଷ୍ଣୁଙ୍କୁ ଦେଶରେ ସ୍ଥାନ ନାହିଁ

32

କନକ ବ୍ୟୁରୋ : ୟୁନିର୍ଭସିଟି କ୍ୟାଂପସ ହିଂସାକୁ ନେଇ ମୁହଁ ଖୋଲିଛନ୍ତି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଦେଶରେ ଅସହିଷ୍ଣୁ ଭାରତୀୟଙ୍କ ପାଇଁ କୌଣସି ସ୍ଥାନ ରହିବା ଉଚିତ ନୁହେଁ । ବିଶ୍ୱବିଦ୍ୟାଳୟ ପରିସରରେ ମୁକ୍ତ ଚିନ୍ତନ ସପକ୍ଷରେ ଯୁକ୍ତି ବାଢି ସେ କହିଛନ୍ତି, ଅସହିଷ୍ଣୁ ସଂସ୍କୃତି ପ୍ରଚାର ବଦଳରେ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଆଲୋଚନା, ପର୍ଯ୍ୟାଲୋଚନାରେ ସାମିଲ ହେବା ଉଚିତ । ଅଶାନ୍ତି ଓ ହିଂସାର ଭଉଁରୀରେ ଫସିଥିବା ଛାତ୍ରମାନଙ୍କୁ ଦେଖି ଦୁଃଖ ଲାଗୁଥିବା ପ୍ରଣବ ମୁଖାର୍ଜୀ କହିଛନ୍ତି ।

କୋଚିରେ ଷଷ୍ଠ ରାମଜମନି ସ୍ମାରକୀ ବକୃତା ସମ୍ମିଳନୀରେ ସାମିଲ ହୋଇ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି, ଶିକ୍ଷାର ମନ୍ଦିରରେ ସୃଜନାତ୍ମକ ଓ ସ୍ୱାଧିନ ବିଚାରଧାରର ଗୁଂଜରଣ ହେବା ଆବଶ୍ୟକ । କାରଣ ପ୍ରାଚୀନ କାଳରୁ ଭାରତ ବର୍ଷ ସ୍ୱାଧିନ ବିଚାର, ସ୍ୱାଧିନ ଅଭିବ୍ୟକ୍ତିର ଗଡ ରହି ଆସିଛି । ଏଥିସହ ରାଷ୍ଟ୍ରପତି କହିଛନ୍ତି ଅଭିବ୍ୟକ୍ତି ଓ ବାକ୍ ସ୍ୱାଧିନତା ଅଧିକାର ସମ୍ବିଧାନ ଦେଇଥିବା ମହତ୍ୱପୂର୍ଣ୍ଣ ମୌଳିକ ଅଧିକାର ମଧ୍ୟରୁ ଅନ୍ୟତମ ।